ହସଖୁସିର ସଂସାର ହଠାତ୍ ଭାଙ୍ଗିଗଲା, ଜୀବନ ହାରିଦେଲେ ମହିଳା ଡାକ୍ତର, ସ୍ୱାମୀ ଙ୍କ ପାଇଁ ଚିଠିରେ ଲେଖିଲେ ଆଶ୍ଚର୍ଯ୍ୟକର ତଥ୍ୟ
ସ୍ୱାମୀର ନିର୍ଯ୍ୟାତନା ସହି ନପାରି ସୁଇସାଇଡ୍ କଲେ ମହିଳା ! ମହିଳା ଜଣଙ୍କ ଏକ ଡାକ୍ତର ମଧ୍ୟ ଅଟନ୍ତି । ଏପରିକି ତାଙ୍କ ସ୍ଵାମୀ ମଧ୍ୟ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ସବୁବେଳେ ନିର୍ଯ୍ୟାତନା ଦେଇ ଆସୁଥିଲେ । ମହିଳାଙ୍କ ସ୍ବାମୀ ଏକ କ୍ଲିନିକ୍ ଖୋଲିବା ପାଇଁ ମହିଳାଙ୍କୁ ତାଙ୍କ ବାପା ଘରୁ ଟଙ୍କା ଆଣିବା ପାଇଁ କହି ଦେଉଥିଲେ ନିର୍ଯ୍ୟାତନା ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଯି ନଗରରେ । ତେବେ ଏହି ଡାକ୍ତରୀ ମହିଳା ଜଣଙ୍କ ସମ୍ଭାଜି ନଗରର ବାସିନ୍ଦା ଅଟନ୍ତି । ମହିଳା ଜଣକଙ୍କ ନାମ ହେଉଛି ପ୍ରତୀକ୍ଷା ଭୂଷାରେ । ବୟସ ୨୬ ବର୍ଷ ।
ନିକଟରେ ପ୍ରତୀକ୍ଷାଙ୍କ ବାହାଘର ହୋଇଥିଲା । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର ଅଟନ୍ତି । ସେ ଋଷ୍ ରେ ଡାକ୍ତରୀ ପାଠ ପଢୁଥିଲେ । କିନ୍ତୁ ବିବାହ ପରେ ସେ ତାଙ୍କ ନିଜର ଏକ କ୍ଲିନିକ୍ ଖୋଲିବା ପାଇଁ ଚାହୁଁଥିଲେ । ଯେଉଁଥି ପାଇଁ ସେ ସବୁବେଳେ ତାଙ୍କ ସ୍ତ୍ରୀ ପ୍ରତିକ୍ଷାଙ୍କୁ ତାଙ୍କ ବାପ ଘରୁ ଟଙ୍କା ଆଣିବା ପାଇଁ କହୁଥିଲେ ।
ସୂଚନା ଅନୁଯାୟୀ , ସ୍ଵାମୀ ଜଣକ କେବଳ ଟଙ୍କା ଆଣିବା ପାଇଁ କହୁଥିଲେ ତାହା ନୁହେଁ ବରଂ ତାଙ୍କୁ ବହୁ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । କିନ୍ତୁ ଶେଷରେ ଏହି ନିର୍ଯ୍ୟାତନା ଆଉ ସହି ପାରି ନଥିଲେ ପ୍ରତୀକ୍ଷା । ଯେଉଁଥି ପାଇଁ ନେଇଥିଲେ ଏକ ଏପରି ପଦକ୍ଷେପ । ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ କରିଥିଲେ ସୁଇସାଇଡ ।
କିନ୍ତୁ ସୁଇସାଇଡ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ପାଇଁ ଲେଖି ଯାଇଥିଲେ ଏକ ସୁଇସାଇଡ ନୋଟ । ଯେଉଁଥିରେ ସେ ଲେଖିଥିଲେ ମୁ ତୁମକୁ ବହୁତ ଭଲ ପାଏ । କିନ୍ତୁ ଶେଷରେ ଆଉ ସହି ହେଲା ନାହିଁ । ତୁମେ ଯାହା କହିଛ ମୁ ତୁମ ପାଇଁ ସବୁ କରିଛି । କିନ୍ତୁ ତଥାପି ବି ତୁମେ ମୋତେ ଭଲ ପାଇ ପାରିଲ ନାହିଁ ।
ଯାହା ମୋ ପାଇଁ ସବୁଠାରୁ ଦୁଃଖର ବିଷୟ ଥିଲା । ତୁମ ହାତ ଧରୁ ଭାବିଥିଲି ତୁମେ ସବୁବେଳେ ମୋ ପାଖରେ ରହିବ । କିନ୍ତୁ ମୋର ସବୁ ଭାବନା ଆଜି ଭୂଲ ହୋଇ ଯାଇଛି । ତୁମେ ମୋ ଜୀବନକୁ ପୁରା ନର୍କ କରି ଦେଇଛ । ହେଲେ ମୁଁ ମରିବା ପରେ ବି କେବଳ ତୁମକୁ ହିଁ ଭଲ ପାଇବି ।
ସେ ଆହୁରି ମଧ୍ୟ ଲେଖିଛନ୍ତି କି , ଯଦି ତୁମେ ପାରିବ ମୋ ମୁହଁରେ ଚିତା ଦେବା ପୂର୍ବରୁ ଥର ଟିଏ ପାଇଁ ହେଉ ପଛେ ତୁମେ ମୋତେ ଜାବୁଡ଼ି ଧରିବ । ପ୍ରତିକ୍ଷାଙ୍କର ଏହି ନୋଟଟି ପଢ଼ିବା ପରେ ତାଙ୍କ ପରିବାର ଲୋକଙ୍କ ସହ ଅନ୍ୟ ପ୍ରିୟ ପରିଜନ ମାନେ ମଧ୍ୟ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି । ଝିଅର ଏପରି ପଦକ୍ଷେପ ବାପ ଘର ଲୋକଙ୍କ ପାଇଁ ଅବିଶ୍ଵସନିୟ ପାଲଟି ଯାଇଛି ।