୨ ଯାଆଁଳା ଭଉଣୀକୁ ନେଇ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା, ସବୁ ଘଟୁଛି ସମାନ, ପୁରା ଘଟଣା ଜାଣି ହେବେ ତାଜୁବ୍

 

ଆପଣ କେଉଁଠି ନ କେଉଁଠି ଜାଆଁଳା ପିଲା ନିଶ୍ଚିନ୍ତ ଦେଖିଥିବେ । ବେଳେବେଳେ ତ ଦୁହିଁଙ୍କୁ ଚିହ୍ନିବା ଅସମ୍ଭବ ହୋଇଯାଏ । କେତେକ ଜାଆଁଳା ସନ୍ତାନ ଅବିକଳ ଦୁହେଁ ଦୁହିଁଙ୍କ ଭଳି ହୋଇଥାଆନ୍ତି । ଉଚ୍ଚତା , ରଙ୍ଗ , ଶରୀରର ଗଠନ ଶୈଳୀ ଆଦି ସମାନ ଦେଖିବାକୁ ମିଳିଥାଏ ଦୁହିଁଙ୍କ କ୍ଷେତ୍ରରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now
ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ବିଭିନ୍ନ ଜାଆଁଳା ଯୋଡ଼ି ଦେଖିଥିବେ । ସମୟେ ସମୟେ ସେମାନେ ବିଭିନ୍ନ କଥାକୁ ନେଇ ଭାଇରାଲ୍ ହୋଇଥାଆନ୍ତି । ଆମେ ଆପଣକୁ ଆଜି ଏପରି ଦୁଇ ଜାଆଁଳା ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ , କର୍ଣ୍ଣାଟକ ରେ ଥିବା ଦୁଇ ଜାଆଁଳା ଭଉଣୀଙ୍କର ଏପରି କିଛି ଜିନିଷରେ ସମାନତା ଦେଖିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହି ଦୁଇ ଭଉଣୀଙ୍କର ନାଆଁ ହେଉଛି ଚୁଟକି ଓ ଇରାନି । ଦୁହେଁ ଦେଖିବାକୁ ଅବିକଳ ଦୁହିଁଙ୍କ ପରି । କିଏ ଚୁଟକି ଆଉ କିଏ ଇରାନି ଗୋଟିଏ ଦେଖାଇ କହିବା ଅସମ୍ଭବ ଭଳି । 

ତେବେ ଜାଆଁଳା ସନ୍ତାନ ମାନଙ୍କ ମଧ୍ୟରେ ଏହିପରି ସମାନତା ରହିଥାଏ । ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ଲାଗିବାର କଣ ରହିଛି । ତେବେ ଆଶ୍ଚର୍ଯ୍ୟ ଲାଗିବା କଥା ଟି ହେଉଛି ଦୁହେଁ ଯେ କେବଳ ଦେଖିବାକୁ ଏକା ଭଳି ତାହା ନୁହେଁ । ବରଂ ଦୁହେଁ ପରୀକ୍ଷାରେ ସମାନ ନମ୍ବର ରଖନ୍ତି ।

ନିକଟରେ ବୁଧବାର ଦିନ ଦ୍ୱାଦଶ ପରୀକ୍ଷା ଫଳ ବାହାରିଥିବା ବେଳେ ଦୁହେଁ ସମାନ ନମ୍ବର ଆଣିଛନ୍ତି । ମୋଟ୍ ୬୦୦ ରୁ ଦୁହେଁ ୫୭୧ ନମ୍ବର ଆଣିଛନ୍ତି । ଠିକ୍ ସେହିପରି ଦୁହେଁ ଦଶମରେ ମଧ୍ୟ ୬୨୦ ନମ୍ବର ରଖିଥିଲେ । ଯାହା ବାସ୍ତବରେ ଏକ ଆଶ୍ଚର୍ଯ୍ୟର ବିଷୟ ।