ଡିସେମ୍ବର ୧ରୁ ବଦଳିଯାଇଛି ଏହିସବୁ ନିୟମ, କଛି କାମ କରିବା ପୂର୍ବରୁ ଜାଣି ରଖନ୍ତୁ ନହେଲେ ହେବେ ହଇରାଣ

 

ରାତି ପାହିଲେ ନୂଆ ମାସ। ସାରା ଦେଶରେ ଡିସେମ୍ବର ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ଦରଠାରୁ ଆରମ୍ଭ କରି ଓଟିଟିକୁ ନେଇ ଲାଗୁ ହେବ ନୂଆ ନିୟମ, ଯାହାକି ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ଆସନ୍ତୁ ସେସବୁ ବିଷୟରେ ଜାଣିବା:-

LPG ମୂଲ୍ୟ ପରିବର୍ତ୍ତନ: ପ୍ରତ୍ୟେକ ମାସ ପରି, ଏହି ମାସର ପ୍ରଥମ ତାରିଖ ଠାରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ୧ ଡିସେମ୍ବର ୨୦୨୪ ଠାରୁ, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପଡିବ । ନଭେମ୍ବର ଆରମ୍ଭରୁ ୧୯ କେଜିର ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟିଥିଲା । ତୈଳ ଏବଂ ଗ୍ୟାସ ବିତରଣ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ମୂଲ୍ୟ ସଂଶୋଧନ କରନ୍ତି । ଏଥର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ଦିନ ଧରି ସ୍ଥିର ରହିଥିବା ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ସଂଶୋଧିତ ହୋଇପାରେ ବୋଲି ଆଶା କରାଯାଉଛି।

SBI କ୍ରେଡିଟ୍ କାର୍ଡ ନିୟମ: ଡିସେମ୍ବର ୧, ୨୦୨୪ରୁ ତୃତୀୟ ପ୍ରମୁଖ ପରିବର୍ତ୍ତନ କ୍ରେଡିଟ୍ କାର୍ଡ ବ୍ୟବହାରକାରୀ (କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ) ସହିତ ଜଡିତ । ବାସ୍ତବରେ, ଯଦି ଆପଣ ଡିଜିଟାଲ୍ ଗେମିଂ ପ୍ଲାଟଫର୍ମ / ବ୍ୟବସାୟ ସହିତ ତେବେ ଆପଣଙ୍କୁ ଲାଗିପାରେ ଝଟ୍‌କା । ବିଶେଷ ଭାବେ SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା । ଏସବିଆଇ କାର୍ଡ ୱେବସାଇଟ୍ ଅନୁଯାୟୀ, ୪୮ଟି କ୍ରେଡିଟ୍ କାର୍ଡ ଆଉ ଡିଜିଟାଲ୍ ଗେମିଂ ପ୍ଲାଟଫର୍ମ / ବଣିକ ସହିତ ଜଡିତ କାରବାର ଉପରେ ରିଓ୍ୱାର୍ଡ ପଏଣ୍ଟ ମିଳିବନି ।

OTP ପାଇଁ ଅପେକ୍ଷା: ବାଣିଜ୍ୟିକ ମେସେଜ ଏବଂ OTP ସମ୍ବନ୍ଧୀୟ ଟ୍ରାସେବିଲିଟି ନିୟମ ଲାଗୁ କରିବାକୁ TRAI ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପୂର୍ବରୁ ଟେଲିକମ୍ କମ୍ପାନୀଗୁଡିକ ଏହାକୁ ୩୧ ଅକ୍ଟୋବର ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଥିଲା । କିନ୍ତୁ ଅନେକ କମ୍ପାନୀର ଚାହିଦା ପରେ ଏହାର ସମୟ ସୀମା ୩୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଟେଲିକମ୍ କମ୍ପାନୀଗୁଡିକ TRAI ର ଏହି ନିୟମକୁ ଡିସେମ୍ବର ୧ରୁ କାର୍ଯ୍ୟକାରୀ କରିପାରିବେ । ଏହି ନିୟମ ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ଟେଲିକମ୍ କମ୍ପାନୀଗୁଡିକ ଦ୍ୱାରା ପଠାଯାଇଥିବା ସମସ୍ତ ବାର୍ତ୍ତା ଅନୁସନ୍ଧାନଯୋଗ୍ୟ ହେବ । ଯାହାଫଳରେ ଫିସିଂ ଏବଂ ସ୍ପାମ୍ ମାମଲା ବନ୍ଦ ହୋଇପାରିବ । ନୂତନ ନିୟମ ହେତୁ ଗ୍ରାହକମାନେ OTP ବିତରଣରେ ବିଳମ୍ବର ସମ୍ମୁଖୀନ ହୋଇପାରନ୍ତି ।