ଜାନୁଆରୀ ୧ରୁ ଏହି ନିୟମରେ ହେବ ବଡ଼ ପରିବର୍ତ୍ତନ, ନଜାଣିଲେ ଆପଣ ହେବେ ହଇରାଣ
ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି ନୂଆ ବର୍ଷ। ଜାନୁୟାରୀ ୧ ରୁ ହିଁ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର। ତେବେ ପ୍ରତିମାସରେ କିଛିଟା ପରିବର୍ତ୍ତନ ଭଳି ଆସନ୍ତା ଜାନୁୟାରୀ ମାସ ୧ରେ ମଧ୍ୟ ଅନେକ କିଛିରେ ପରିବର୍ତ୍ତନ ହେବାକୁ ଯାଉଛି।
ଯେଉଁଥିରେ ପ୍ରଥମରୁ ହିଁ ଏଲପିଜି ଗ୍ୟାସରେ ହେବାକୁ ଯାଉଛି ବଡ ପରିବର୍ତ୍ତନ। ଜାନୁୟାରୀ ୧ ତାରିଖରୁ ହିଁ ଅଏଲ୍ ମାର୍କେଟିଂ କମ୍ପାନୀ ଘରୋଇ ଓ କମର୍ସିଆଲ ଗ୍ୟାସ ଦରରେ କରିବେ ବଡ ପରିବର୍ତ୍ତନ।
ତେବେ ନିକଟରେ କମ୍ପାନୀ ୧୯ ଗ୍ରାମ କମର୍ସିଆଲ ଗ୍ୟାସ ଦରରେ ପରିବର୍ତ୍ତନ ଆଣିଥିବା ବେଳେ ଦୀର୍ଘଦିନ ଧରି ୧୪ କିଲୋ ଘରୋଇ ସିଲିଣ୍ଡରରେ କୌଣସି ପ୍ରକାର ପରିବର୍ତ୍ତନ ହେଇନାହିଁ। ତେଣୁ ଜାନୁୟାରୀ ୧ରେ ହିଁ ଏହି ଦରରେ ବଡ ପରିବର୍ତ୍ତନ ହେଇପାରେ।
ତେବେ ସେହିଭଳି ଇପିଏଫରେ ମଧ୍ୟ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ଫାଇଦା ଉଠେଇ ପାରିବେ ପେନସନଧାରୀ। ଯାହାଫଳରେ ପେନସନଧାରି ନିଜର ଇପିଏଫ ଟଙ୍କା ଦେଶର ଯେ କୌଣସି ବ୍ୟାଙ୍କରୁ ଉଠେଇ ପାରିବେ।
ଆଉ ଏଥିପାଇଁ ତାଙ୍କୁ କୌଣସି ଅତିରିକ୍ତ ଭେରିଫିକେସନର ଆବଶ୍ୟକତା ପଡ଼ିବ ନାହିଁ। ତେବେ ସେହିପରି ୟୁପିଆଇ ୧୨୩ପେ ନମ୍ବରରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁଥିରେ ଟ୍ରାଜାକ୍ସନ୍ ଲିମିଟ ବଢାଇ ଦିଆଯିବ। ତେବେ ଜାନୁୟାରୀ ୧ରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ୟୁଜରସ୍ ଏକାଥରକେ ୧୦ ହଜାର ଟଙ୍କା ଟ୍ରାଜାକ୍ସନ୍ କରିପାରିବେ। ପୂର୍ବରୁ ଏହି ଲିମିଟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା।
ତେବେ ସେହିପରି ସେନ୍ସେକ୍ ୫୦ରୁ ମାସିକ ଏକ୍ସପାରିରେ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ପ୍ରତି ମଙ୍ଗଳବାରରେ ହେବ। ବର୍ତ୍ତମାନ ଏହା ପ୍ରତି ସପ୍ତାହରେ ଶୁକ୍ରବାର ନୁହେଁ ମଙ୍ଗଳବାର ଅନୁଷ୍ଠିତ ହେବ। ଯେତେବେଳେ ତ୍ରିମାସିକ ଏବଂ ଅର୍ଦ୍ଧବାର୍ଷିକ ଚୁକ୍ତିନାମା ଶେଷ ମଙ୍ଗଳବାରରେ ସମାପ୍ତ ହେବ। ଅନ୍ୟପକ୍ଷରେ ଏନଏସି ୫୦ ମାସିକ ଚୁକ୍ତି ପାଇଁ ଏନଏସି ଇନଟେଷ୍ଟ ଗୁରୁବାର ଦିନ ସ୍ଥିର କରାଯାଇଛି।