ରିଲ୍ସ ପାଇଁ ଲିଭିଗଲା ମଥାର ସିନ୍ଦୂର, ସ୍ୱାମୀ ବାରମ୍ବାର ମନା କରିବା ସତ୍ତ୍ୱେ ରିଲ୍ସ କରୁଥିଲା ସ୍ତ୍ରୀ, ଜୀବନ ହାରିଦେଲା ସ୍ୱାମୀ, ଜାଣନ୍ତୁ ପୁରା ଘଟଣା

 

ରିଲ୍ସ ପାଇଁ ଚାଲିଗଲା ଜୀବନ ! ଆଜି ଗୋଟିଏ ସ୍ତ୍ରୀ ମୁଣ୍ଡରୁ ସବୁଦିନ ପାଇଁ ଲିଭିଗଲା ସିନ୍ଦୂର । ରିଲ୍ସ ର ନିଶା ସ୍ତ୍ରୀକୁ ଏତେ ଘାରିଥିଲା ଯେ ସ୍ବାମୀ ବାରମ୍ବାର ମନା କରୁଥିବା ସତ୍ତ୍ବେ ମଧ୍ୟ ରିଲ୍ସ କରିବା ଛାଡ଼ୁ ନ ଥିଲା ସ୍ତ୍ରୀ। ଥରେ ନୁହେଁ ବରଂ ପୂର୍ବରୁ ଅନେକ ଥର ଏ ନେଇ ଦୁହିଁଙ୍କ ଭିତରେ ହୋଇଥିଲା ଝଗଡା । ସ୍ବାମୀ ସ୍ତ୍ରୀକୁ ରିଲ୍ସ କରିବାକୁ ବାରଣ କରିବାରୁ ସ୍ୱାମୀକୁ ଛାଡ଼ି ସବୁ ଦିନ ପାଇଁ ନିଜ ଘରକୁ ଚାଲି ଯାଇଥିଲା ସ୍ତ୍ରୀ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now
ଆଜ୍ଞା ହଁ । ବର୍ତ୍ତମାନ ସମୟରେ ରିଲ୍ସ ଦେଖିବା ହେଉ କି ରିଲ୍ସ୍ କରିବା , ସମସ୍ତେ ଯେପରି ଏକ ପ୍ରକାର ପାଗଳ ଏଥି ପାଇଁ । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କୌଣସି ଜିନିଷକୁ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କଲେ ଏହା ପରବର୍ତ୍ତୀ ସମୟରେ ନିଜ ପାଇଁ ହିଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
 
ସ୍ବାମୀ ସିଦ୍ଧାର୍ଥ ଓ ସ୍ତ୍ରୀ ମାୟା । ସୂଚନା ଅନୁସାରେ ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିଥିଲେ । ସବୁ କିଛି ଠିକ୍ ଚାଲିଥିଲା ଦୁହିଁଙ୍କ ଭିତରେ । ଦୁହିଁଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ମଧ୍ୟ ରହିଛି । ହେଲେ ଝଗଡା ସେବେ ଠାରୁ ଆରମ୍ଭ ହୋଇଥିଲା ଯେବେ ସିଦ୍ଧାର୍ଥଙ୍କ ସ୍ତ୍ରୀ ମାୟା ରିଲ୍ସ କରିବା ଆରମ୍ଭ କରିଥିଲେ ।

ମାୟାଙ୍କର ରିଲ୍ସ ରେ ଲୋକ ମାନଙ୍କର ବିଭିନ୍ନ ଖରାପ୍ କମେଣ୍ଟ ସିଦ୍ଧାର୍ଥ ଙ୍କୁ ଭଲ ଲାଗୁ ନ ଥିଲା । ଯେଉଁଥି ପାଇଁ ସିଦ୍ଧାର୍ଥ ତାଙ୍କ ସ୍ତ୍ରୀଙ୍କୁ ରିଲ୍ସ କରିବା ପାଇଁ ମନା କରିଥିଲେ । ହେଲେ ଏ କଥା ମାନିବାକୁ ପୁରା ଅରାଜି ଥିଲେ ମାୟା । ଏ ନେଇ ଦୁହିଁଙ୍କ ଭିତରେ ଅନେକ ସମୟରେ ଅଶାନ୍ତି ଦେଖା ଦେଇଥିଲା । ଯେଉଁଥିପାଇଁ ସବୁ ବେଳେ ଚିନ୍ତାରେ ରହୁଥିଲେ ସିଦ୍ଧାର୍ଥ । ହେଲେ ଏଥି ପାଇଁ ଯେ ଦିନେ ସିଦ୍ଧାର୍ଥ ନିଜ ଜୀବନ ହାରି ଦେବେ ଏହି କଥା ସେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।