ନିଜ ପରିସ୍ରାରେ ଅଟାଦଳି ରୁଟି କରି ଖାଇବାକୁ ଦେଉଥିଲା ଚାକରାଣୀ, କ୍ୟାମେରାରେ କଏଦ୍ ହେଲା ପୁରା ଘଟଣା
ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଜଣେ ଘରୋଇ ସହାୟିକା ବର୍ଷ ବର୍ଷ ଧରି ପରିସ୍ରାରେ ଅଟା ଚକଟି ଆସୁଥିଲେ, ଯେଉଁ କାରଣରୁ ଏକ ଭୟଙ୍କର ରୋଗର ଶିକାର ହୋଇଥିଲା ମାଲିକ ପରିବାର। ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟ ଭଲ ନ ହେବାରୁ ମାଲିକ ଜଣକ ରୋଷେଇ ଘରେ ସିସିଟିଭି କ୍ୟାମେରା ଲଗାଇଥିଲେ । ଆଉ ଏହାପରେ ପୂରା ଘଟଣାର ଖୁଲାସା ହୋଇଥିଲା ।
ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଘରୋଇ ସହାୟିକାଙ୍କୁ ଗିରଫ କରିଛି । ସହାୟିକା ଜଣକ ୮ ବର୍ଷ ଧରି ଜଣଙ୍କ ଘରେ କାମ କରୁଥିଲେ । ହେଲେ ସେ ମାଲିକ ପରିବାର ପାଇଁ ଯେଉଁ ଖାଦ୍ୟ ରାନ୍ଧୁଥିଲେ, ସେଥିରେ ସେ ପରିସ୍ରା ମିଶାଉଥିଲେ ।
ଫଳରେ ପୂରା ପରିବାର ଭୟଙ୍କର ରୋଗର ଶିକାର ହୋଇଥିଲା । ମାଲିକ ରୋଷେଇ ଘରେ ସିସିଟିଭି କ୍ୟାମେରା ଲଗାଇବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା । ପୋଲିସ ସୂଚନା ଅନୁସାରେ, ଗତ କିଛି ମାସ ତଳେ ଏଠାରେ ଜଣେ ରିୟଲ ଇଷ୍ଟେଟ୍ ବ୍ୟବସାୟୀ ଏବଂ ତାଙ୍କ ପରିବାର ଗୁରୁତର ଭାବରେ ଅସୁସ୍ଥ ହୋଇପଡ଼ିଥିଲେ ।
ପରିବାର ଲୋକେ ପେଟ ଏବଂ ଯକୃତ ସମ୍ବନ୍ଧୀୟ ରୋଗର ଶିକାର ହୋଇଥିଲେ । ପ୍ରାରମ୍ଭରୁ ସେମାନେ ଏହାକୁ ସାମାନ୍ୟ ସଂକ୍ରମଣ ବୋଲି ଭାବି ଡାକ୍ତରୀ ଚିକିତ୍ସା କରାଇଥିଲେ । କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବାର ଦେଖି ପରିବାର ଲୋକେ ଖାଦ୍ୟରେ ଅପମିଶ୍ରିତ ନେଇ ସନ୍ଦେହ କରିଥିଲେ ।