ସ୍କୁଲ୍ ଛୁଟି ପରେ ଟଏଲେଟ୍ ଭିତରୁ ଆସୁଥିଲା ଝିଅଙ୍କ ଚିତ୍କାର, ଅଭିଭାବକ ପହଞ୍ଚି ଦେଖିଲେ ଯାହା ଉଡିଗଲା ହୋସ୍

 

ପୁଣି ଉତ୍ତରପ୍ରଦେଶର ବିଦ୍ୟାଳୟରେ ବନ୍ଦ ରହିଲେ ଛାତ୍ରୀ । ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଛାଡ଼ି ଗେଟ୍ ଦେଇ ପ୍ରଧାନଶିକ୍ଷିକାଙ୍କ ସମେତ ସମସ୍ତ ଶିକ୍ଷିକା ମାନେ ଚାଲି ଯାଇଥିଲେ ଘରକୁ । ପ୍ରାୟ ୧ ଘଣ୍ଟା ଧରି ଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ରହି କାନ୍ଦି କାନ୍ଦି ଚିତ୍କାର କରୁଥିଲେ ମଧ୍ୟ କେହି କରି ନ ଥିଲେ ସାହାଯ୍ୟ ।

ଏହି ଘଟଣା ଦେଖିବାକୁ ମିଳିଛି ୟୁପିର ରାଜକୀୟ ବାଳିକା ଇଣ୍ଟର ମିଡ଼ିଏଟ କଲେଜ୍ ରେ । ସେଠାରେ ଗତ ବୁଧବାର ଦିନ ପ୍ରାୟ ୩ ଜଣ ବାଳିକା ରହି ଯାଇଥିଲେ ବିଦ୍ୟାଳୟରେ । ବିଦ୍ୟାଳୟ ଛୁଟି ହେବା ପରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ବିଦ୍ୟାଳୟକୁ ଭଲ ଭାବେ ଯାଞ୍ଚ ନ କରି ତାଲା ଦେଇ ଚାଲି ଯାଇଥିଲେ ଘରକୁ । 

ପିଲାମାନେ ଘରେ ନ ପହଞ୍ଚିବାରୁ ଅଭିଭାବକ ମାନେ ବ୍ୟସ୍ତ ହୋଇ ପହଞ୍ଚି ଥିଲେ ବିଦ୍ୟାଳୟରେ ଯାହା ପରେ ସେମାନେ ସେଠାରେ ନିଜ ପିଲା ମାନଙ୍କୁ ବନ୍ଦ ହୋଇ ରହିଥିବାର ଦେଖଥିଲେ । ଯାହା ପରେ ଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଏ ନେଇ ଅଭିଭାବକ ମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମଶିଛିଏ । ରିପୋର୍ଟ ମିଳିବା ପରେ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

ସେପ୍ଟେମ୍ବର 27 ରେ ମୋହନଲାଲଗଞ୍ଜର ସିସେଣ୍ଡି ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ କୁ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକମାନେ ଘରକୁ ଯାଇଥିଲେ।  ଛାତ୍ରୀ ଟି ଟଏଲେଟ୍ ଯାଇଥିବା ବେଳେ ବାହାରପଟୁ ତାଲା ପକେଇ ଦେଇଥିଲେ ପିଅନ।

ବାହାରକୁ ବାହାରିବା ପାଇଁ ଛାତ୍ରୀଟି ଚିତ୍କାର କରିଥିଲା, ସେତେବେଳେ ତାଙ୍କୁ ପଡ଼ୋଶୀ ଜଣେ ଯୁବକଙ୍କ ଉଦ୍ୟମରେ ବାହାରକୁ ବାହାର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଏସଏଫ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରା ଯାଇଛି।

DIOS ରାକେଶ କୁମାର କହିଛନ୍ତି ଯେ ବାଳିକା ଜଣକ ବିଦ୍ୟାଳୟ ବନ୍ଦ ସମ୍ପର୍କରେ ସୂଚନା ପାଇବା ପରେ ସେ ତୁରନ୍ତ ପ୍ରଧାନଶିକ୍ଷକ ଲୋକ ପଠାଇ ସ୍କୁଲ ଖୋଲିଥିଲେ।  ବାଳିକା ଛାତ୍ରୀମାନଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ପାଇଁ କମିଟି ଏବଂ ପ୍ରିନ୍ସିପାଲଙ୍କଠାରୁ ଏକ ରିପୋର୍ଟ ମଗାଯାଇଛି। ଗୁରୁବାର ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।