ଅଷ୍ଟ୍ରେଲିଆରେ ଭାରତୀୟ ଯୁବତୀଙ୍କ ସହ ଛାତିଥରା ଘଟଣା, ପ୍ରେମରେ ଫସାଇ ଅଷ୍ଟ୍ରେଲିଆ ଯୁବକ କଲା ଏମିତି, ଜାଣନ୍ତୁ ପୁରା ଘଟଣା

 

ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣାରେ ଜଣେ 21 ବର୍ଷର ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଅପହରଣ କରି ପ୍ରାୟ 650 କିଲୋମିଟର ଦୂରରେ ଏକ କାରରେ ନେଇ ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ରେଞ୍ଜରେ ଜୀବନ୍ତ ପୋତି ଦେଇଥିଲେ। କୋର୍ଟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆରେ ନର୍ସିଂ ପଢୁଥିବା ଭାରତୀୟ ମୂଳ ପୀଡିତା ଜସ୍ମିନ୍ କୌର (21) ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଯୁବକ ମଧ୍ୟ ଭାରତର ମୂଳ ବାସିନ୍ଦା।

ଜସମିନଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ତାରିକଜୋତ ସିଂହ ଅପହରଣ କରି ଜୀବନ୍ତ କବର ଦେଇଥିଲେ। ୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ଘଟଣା ଘଟିଥିଲା। ଏହାର ଏକ ମାସ ପୂର୍ବରୁ, କୌର ତାଙ୍କୁ ଅଟକାଇବା ପାଇଁ ତାରିକଜୋତ ସିଂଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଥିଲେ। ବୁଧବାର (ଜୁଲାଇ 5) ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମାର୍ଚ୍ଚ 5, 2021 ରେ କୌରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଅପହରଣ କରାଯାଇଥିଲା। ସିଂହ ଜଣେ ବନ୍ଧୁଙ୍କଠାରୁ ଧାର ନେଇଥିବା କାର୍‌ର ବୁଟ୍‌ରେ କୌରଙ୍କୁ କେବୁଲ୍‌ ବାନ୍ଧି ସେ ୬୫୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସିଂହ କୌରଙ୍କ ଗଳାର 'ଉପର' ଅଂଶକୁ କାଟିଥିଲେ, କିନ୍ତୁ ଏହା ଏତେ ଗଭୀର ନଥିଲା ଯେ ସେଥିରେ କୌରଙ୍କର ମୃତ୍ୟୁ ହୋଇଥାନ୍ତା। ତେଣୁ, ପରେ ତାଙ୍କୁ ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟର ଦୁର୍ଗମ ଫ୍ଲିଣ୍ଡର୍ସ ରେଞ୍ଜରେ ଥିବା ଏକ ଗଭୀର କବରରେ ଜୀବନ୍ତ ପୋତି କବର ଦେଇ ଦେଇଥିଲେ ଅଭିଯୁକ୍ତ ତାରିକ୍‌ଜୋତ ସିଂହ। ତେବେ ଏହି ଆଘାତ ପରେ ଏବଂ କବରରେ ରଖାଯିବା ପରେ ମଧ୍ୟ ସେ ତୁରନ୍ତ ମରିନଥିଲେ ଏବଂ ମାର୍ଚ୍ଚ 6 ରେ ମୃତ୍ୟୁ ପୂର୍ବରୁ ସେ ତାଙ୍କ ଆଖପାଖ ବିଷୟରେ ଜାଣିଥିଲେ। ସିଂ ହତ୍ୟାକାଣ୍ଡର ଅପରାଧ ସ୍ୱୀକାର କରିଛନ୍ତି, କିନ୍ତୁ ବୁଧବାର କୋର୍ଟରେ ଦଣ୍ଡାଦେଶ ଶୁଣାଇବା ସମୟରେ ତାଙ୍କ ଅପରାଧର ଭୟାନକ ବିବରଣୀ ସାମ୍ନାକୁ ଆସିଛି।

କୋର୍ଟରେ ଦଣ୍ଡାଦେଶ ଶୁଣାଣି ବେଳେ ଏହି ଘଟଣାର ଭୟାବହ ବିବରଣୀ ସାମ୍ନାକୁ ଆସିଥିଲା। ଏହି ମାମଲାର ପରିଚାଳନା କରୁଥିବା ସରକାରୀ ଓକିଲ କାର୍ମେନ୍‌ ମାଟିଓ କହିଛନ୍ତି ଯେ ଜୀବନ୍ତ କବର ଦେଇ ମାରିବା ଏକ ଯନ୍ତ୍ରଣାଦାୟକ ପ୍ରକ୍ରିୟା ଯାହା କୌରଙ୍କୁ ଭୋଗିବାକୁ ପଡ଼ିଥିଲା। ମାଟିଓ କହିଛନ୍ତି, କୌରଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଇଛି, ସେଥିରେ ପ୍ରକୃତରେ ଏକ ଅସାଧାରଣ ସ୍ତରର ନିଷ୍ଠୁରତା ।