ବାହାଘର ମଣ୍ଡପରେ ବର ୧୮ ଲକ୍ଷ ମାଗିଲା ବୋଲି ବେଦୀ ଉପରେ କନ୍ୟା ଏମିତି କଲା, ଜାଣନ୍ତୁ ପୁରା ଘଟଣା

 

ବାହା ବେଦୀରେ ବର ୧୮ ଲକ୍ଷ ଯୋୖତୁକ ମାଗିବାରୁ ବାହାଘର ଭାଙ୍ଗିଦେଲା କନ୍ୟା। ଏଭଳି ଏକ ଘଟଣା ଏବେ ଲୋକ ଲୋଚନକୁ ଆସିଛି ଯାହା ପରେ ସମସ୍ତେ କନ୍ୟାକୁ ପ୍ରଶଂସା କରୁଛନ୍ତି। କନ୍ୟାଟିର ନାଁ ହେଉଛି ସନ୍ଧ୍ୟା। ସନ୍ଧ୍ୟା ଘର ଲୋକଙ୍କ ଇଚ୍ଛାରେ ପୁଅକୁ ବାହା ହେବାକୁ ରାଜି ହେଇଯାଇଥିଲା। କିନ୍ତୁ ସେହି ବାହାଘର ପାଇଁ ଆଜି ସନ୍ଧ୍ୟା ସ୍ବାମୀ ଥାଉ ଥାଉ ବିଧବା ହେଇଗଲା। ପୁଅଟିର ନାଁ ହେଉଛି ସନ୍ତୋଷ। ଯିଏକି ରେଲୱେ ଚାକିରୀ କରିଥିଲା। କିନ୍ତୁ ବାହାଘର ବେଦୀ ଉପରେ ଠିଆ ହେଇ ହେବାକୁ ଯାଇ ସ୍ତ୍ରୀ ଆଗରେ ୧୮ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲା। ଦୁଇ ପରିବାର ମଧ୍ୟ ଏହି ବିବାହକୁ ନେଇ ବେଶ୍ ଖୁସି ଥିଲେ। 

ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ। କିନ୍ତୁ ବାହାଘର ଚାଲିଥିବା ସମୟରେ ସନ୍ତୋଷ ହଠାତ୍ ବେଦୀ ଉପରୁ ଉଠି ପଡ଼ିଥିଲା। ଆଉ ସମସ୍ତଙ୍କ ଆଗରେ କହିଥିଲା ମତେ ୧୮ ଲକ୍ଷ ଟଙ୍କା ଦରକାର ବୋଲି କହିଥିଲା। ଆଉ ସେହି ୧୮ ଲକ୍ଷ ଟଙ୍କା କୁଆଡେଗଲା ବୋଲି ପ୍ରଶ୍ନ ମଧ୍ୟ କରିଥିଲା। ତା'ପରେ ସେତିକିବେଳେ ଝିଅଘର ଲୋକେ କିଛି ଟଙ୍କା ଦେଇ ବାକି ଟଙ୍କା ବାହାଘର ପରେ ଦେବେ ବୋଲି କହିଥିଲେ। 

ଆଉ ବାହାଘର ଭଲରେ ଭଲରେ ହେଇଯାଉ ବୋଲି ବର ଗୋଡ ମଧ୍ୟ ଧରିଥିଲେ। ବାହାଘର ସରିଥିଲା ସନ୍ଧ୍ୟା ବାପଘର ଛାଡ଼ି ଶାଶୁଘରକୁ ଚାଲିଯାଇଥିଲା। ସନ୍ତୋଷ କୁଆଡେ ପୂର୍ବରୁ ଅନେକ ଝିଅଙ୍କ ସଂସ୍ପର୍ଶରେ ଥିଲା। ଆଉ ସନ୍ଧ୍ୟାକୁ ବିବାହ କରିବା ପରେ ସନ୍ଧ୍ୟାକୁ ସ୍ତ୍ରୀ ରୂପେ ଗ୍ରହଣ କରିବା ପରେ ମଧ୍ୟ ସନ୍ତୋଷ ଅନ୍ୟ ଝିଅଙ୍କ ସହିତ ସଂପର୍କ ରଖିବାକୁ ଲାଗିଥିଲା। ଯେଉଁ କଥାକୁ ନେଇ ସନ୍ତୋଷକୁ ସ୍ତ୍ରୀ ବିରୋଧ କରିବାରେ ଲାଗିଥିଲା। 

କିନ୍ତୁ ସରକାରୀ ଚାକିରୀ କରିଥିବା ସନ୍ତୋଷ ସ୍ତ୍ରୀ ଉପରେ ଓଲଟା ଯୌତୁକ ନିର୍ଯାତନା ଦେଇଥିଲା। ରାତି ପାହିଲେ ହାତ ଉଠାଇ ମାଡ଼ ମାରିଥିଲା ଆଉ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ। ଆଉ ବିବାହର ମାତ୍ର ୧୧ ଦିନରେ ସ୍ତ୍ରୀ ସନ୍ଧ୍ୟାକୁ ବାପା ମାଆଙ୍କ ସହିତ କଥା ହେଇ ଘରୁ ପିଟିପଟି ବାହାର କରିଦେଇଥିଲା। ଆଜି ସନ୍ଧ୍ୟା ନିଜର ନ୍ୟାୟ ପାଇଁ ରାସ୍ତା ଉପରେ ଲଢ଼ୁଛି। ଏମିତି ଏକ ଘଟଣା ଭାଗଲପୂରରେ ଘଟିଯାଇଥିବା ବେଳେ ଏବେ ଦେଖିବାକୁ ବାକି ରହିଲା ଯେ ପୋଲିସର ପ୍ରଶାସନ ସନ୍ଧ୍ୟାକୁ କେବେ ନ୍ୟାୟ ଦେଉଛନ୍ତି।