ଘୋର କଳିଯୁଗ! ନବ ବିବାହିତା ଖୁଡ଼ିକୁ ନେଇ ପୁତୁରା ଫେରାର, ଥାନାରେ ଏତଲା ଦେଲା ସ୍ୱାମୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ଖୁଡ଼ିକୁ ନେଇ ଛୁ ମାରିଲା ପୁତୁରା। ମାତ୍ର କିଛି ଦିନ ତଳେ ଘରକୁ ବାହା ହୋଇ ଆସିଥିବା ମାଆ ସମାନ ଖୁଡ଼ି ସହ ରଖିଥିଲା ପ୍ରେମ ସମ୍ପର୍କ। ସୁଯୋଗ ମିଳୁ ମିଳୁ ଘର ଛାଡ଼ି ଫେରାର ହୋଇଗଲେ ପୁତୁରା ଓ ଖୁଡ଼ି। ଅନ୍ଧ ପ୍ରେମର ଏହିଭଳି ଏକ ନମୂନା ରାଜଧାନୀ ଦିଲ୍ଲୀ ଠାରେ ଦେଖିବାକୁ ମିଳିଛି। ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ଏତଲା ଦେଇଥିଲେ ହେଁ ଏପର୍ଯ୍ୟନ୍ତ ପୋଲିସ ଫେରାର ପ୍ରେମୀ ଯୁଗଳଙ୍କୁ ଧରିବାରେ ସଫଳ ହୋଇନାହିଁ।

ମିଳିଥିବା ସୂଚନା ଅନୁଯାଇ ଉକ୍ତ ମହିଳା ଜଣକ ବାହା ହୋଇ ଆସିବା ପରଠାରୁ ପୁତୁରା ସହିତ ତାଙ୍କର ପ୍ରେମ ସମ୍ପର୍କ ରହି ଆସିଥିଲା। ଏପରିକି ଏହା ବିଷୟରେ ପରିବାର ଲୋକେ ମଧ୍ୟ ଜାଣିଥିଲେ। ବହୁ ବୁଝାଇବା ପରେ ମଧ୍ୟ ସେମାନଙ୍କ ଭିତରେ କୌଣସି ପ୍ରକାରର ପରିବର୍ତ୍ତନ ଆସିନଥିଲା। ତେବେ, ଅକ୍ଟୋବର ୧୬ ତାରିଖ ଦିନ ସୁଯୋଗ ପାଇ ସେମାନେ ଘର ଛାଡ଼ି ପଳାଇଥିଲେ।

ପୋଲିସ କହିବା ମୁତାବକ ନବବିବାହିତା ମହିଳାଙ୍କ ବୟସ ମାତ୍ର ୧୯ ବର୍ଷ ହୋଇଥିବା ବେଳେ ପୁତୁରାର ବୟସ ୨୪ ବର୍ଷ ହେବ। ମହିଳାଙ୍କ ସ୍ୱାମୀ ଉଭୟଙ୍କ ନାମରେ ଏତଲା ଦେଇଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି। ତେବେ, ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡିଛି। ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।