ପାଠ ପଢ଼ାଇବାକୁ ଆସି ଝିଆରୀ ସହିତ କଲେ ପ୍ରେମଲୀଳା! ସମ୍ବନ୍ଧ ରଖି ଗର୍ଭବତୀ କଲେ, ଆଉ ତାପରେ...

 

ରସିକିଆ ଟ୍ୟୁସନ୍ ସାରଙ୍କର କଳା କାରନାମା! ଭବିଷ୍ୟତ ଗଢ଼ିବା ପାଇଁ ସେ ପାଠ ପଢ଼ାଇବାକୁ ଆସୁଥିବା ବେଳେ ନିଜ ଝିଆରୀକୁ ହିଁ ପ୍ରେମ ଜାଲରେ ଫସାଇଥିଲେ। ଏପରିକି ଯୁବତୀ ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଅଭିଯୁକ୍ତ ଝିଅକୁ ନେଇ ଫେରାର ରହିଛି।

 ମିଳିଥିବା ସୂଚନା ଅନୁଯାଇ ବଲାଙ୍ଗୀର ପୁଇଁନ୍ତଳାରୁ ଅଞ୍ଚଳର ସତ୍ୟନାରାୟଣ ପଟେଲ ବିବାହିତ ହୋଇଥିବା ବେଳେ ଏକ ୱେବ ଚ୍ୟାନେଲ ପାଇଁ କାମ କରିଥାନ୍ତି। ଏହା ବ୍ୟତୀତ ଟ୍ୟୁସନ୍ କରିବା ତାଙ୍କର ଏକପ୍ରକାର ସଉକ ଅଟେ। ସତ୍ୟନାରାୟଣ ନିଜ ଝିଆରୀକୁ ମଧ୍ୟ ପାଠ ପଢ଼ାଇଥାନ୍ତି। ତେବେ, ପାଠ ପଢ଼ାଇବା ଭିତରେ ଯୁବତୀଙ୍କୁ ସେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ।

ଏପରିକି ପରବର୍ତ୍ତୀ ସମୟରେ ଉଭୟେ ଏକ ଘରଭଡ଼ା ନେଇ ଏକାଠି ରହିବାକୁ ଲାଗିଥିଲେ। ସେମାନଙ୍କର ଏକ କନ୍ୟା ସନ୍ତାନ ରହିଥିବା ବେଳେ ଗତ କିଛି ଦିନ ହେବ ସତ୍ୟନାରାୟଣ ଝିଅକୁ ନେଇ କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି। ଏଥିନେଇ ପୀଡିତା ଏବଂ ତାଙ୍କ ମାଆ ଥାନାରେ ଏତଲା ଦେଇଛନ୍ତି।