କାଶ୍ମୀର ପ୍ରସଙ୍ଗକୁ ନେଇ ତାଲିବାନର ବଡ଼ ନିଷ୍ପତ୍ତି, ପାକିସ୍ତାନକୁ ଲାଗିଲା ବଡ଼ ଝଟକା, ଆଶ୍ୱସ୍ତ ହେଲା ଭାରତ….

 

ଆମେରିକା ନିଜର ସମସ୍ତ ସୈନ୍ୟ ବାହିନୀ ପ୍ରତ୍ୟାହାର କରିନେବା ପରେ ଆଫଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ଭାବରେ ତାଲିବାନ ଅଧୀନକୁ ଚାଲିଯାଇଛି। ତେବେ ତାଲିବାନକୁ ହାତ କରି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବ ବୋଲି ଆଶଙ୍କା ଦେଖା ଦେଇଥିଲା। ତେଣୁ, ପାକିସ୍ତାନ ଏବେ ତାଲିବାନକୁ ଭାରତ ବିରୁଦ୍ଧରେ ଉତ୍ତେଜିତ କରିବାକୁ ଚେଷ୍ଟା କରୁଥିବା ମଧ୍ୟ କୁହାଯାଉଛି। କିନ୍ତୁ ତାଲିବାନ ପାକିସ୍ତାନର ଏହି ଆଶା ଉପରେ ଏକ ଶକ୍ତ ଧକ୍କା ଦେଇଛି ଏବଂ ଏହା କାଶ୍ମୀର ପ୍ରସଙ୍ଗରେ ଏହା କୌଣସି ପ୍ରକାରେ ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।

CNN-News18 ସହ ସାକ୍ଷାତକାର ସମୟରେ ତାଲିବାନ ନେତା ଅନାସ ହକ୍କାନୀ କାଶ୍ମୀର ପ୍ରସଙ୍ଗକୁ ଭାରତ ଏବଂ ପାକିସ୍ତାନର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛନ୍ତି। ଏଥିସହିତ କାଶ୍ମୀର ପ୍ରସଙ୍ଗରେ ତାଲିବାନ ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନାସ ହକ୍କାନି ହେଉଛନ୍ତି ହକ୍କାନି ନେଟୱାର୍କର ପ୍ରତିଷ୍ଠାତା ଜଲାଲ୍ଲୁଦ୍ଦିନ ହକାନୀଙ୍କ ସାନପୁଅ। ଗୋଟିଏ ପଟେ ହକ୍କାନି ନେଟୱାର୍କ ପାକିସ୍ତାନକୁ ସମର୍ଥନ କରିବା ସହ କାଶ୍ମୀର ମାମଲାରେ ହସ୍ତକ୍ଷେପ କରୁଛି।

ତେଣୁ ସାକ୍ଷାତକାର ସମୟରେ ଅନାସ ହକ୍କାନୀଙ୍କୁ ପଚରାଯାଇଥିଲା ଯେ ପାକିସ୍ତାନ ହକ୍କାନି ନେଟୱାର୍କର ଅତି ନିକଟତର ତେଣୁ ପାକିସ୍ତାନକୁ ସମର୍ଥନ କରିବା ପାଇଁ ଆପଣ କାଶ୍ମୀରରେ ମଧ୍ୟ ହସ୍ତକ୍ଷେପ କରିବେ କି?  ଯାହାର ଉତ୍ତରରେ ସେ କହିଥିଲେ ଯେ 'କାଶ୍ମୀର ଆମର ଅଧିକାରର ଏକ ଅଂଶ ନୁହେଁ ତେଣୁ ଏଥିରେ ହସ୍ତକ୍ଷେପ କରିବା ନୀତି ବିରୁଦ୍ଧ ଅଟେ'। ତେଣୁ ନିଜ ନୀତି ବିରୁଦ୍ଧରେ ଯାଇ ତାଲିବାନ କଦାପି କାଶ୍ମୀରରେ ହସ୍ତକ୍ଷେପ କରିବ ନାହିଁ ବୋଲି ଅନାସ ସ୍ପଷ୍ଟ ଭାବରେ କହିଛନ୍ତି।