ଦେଖନ୍ତୁ ଭିଡ଼ିଓ: ଭାରତ ବନ୍ଦ ବେଳେ ପ୍ରଦର୍ଶନକାରୀଙ୍କ ଔଧତ୍ୟ! ଡ଼ିସିପିଙ୍କ ଗୋଡ ଉପରେ ଗାଡ଼ି ଚଢାଇଦେଲେ ଯୁବକ

 

ଭାରତ ବନ୍ଦ ସମୟରେ ପ୍ରଦର୍ଶନକାରୀ ମାନଙ୍କ ଉତ୍ପାତ ହେତୁ ବେଙ୍ଗଗଲୁରୁରେ ଏକ ବଡ଼ ଅଘଟଣ ଘଟିଯାଇଛି। ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପୁୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ, ଜଣେ ଉଦ୍ଧତ ପ୍ରଦର୍ଶନକାରୀ ଡିସିପି ଧର୍ମେନ୍ଦ୍ର ମୀନାଙ୍କ ଗୋଡ ଉପରେ ଏସୟୁଭି କାର ଚଢାଇ ଦେଇଥିଲା।

ମିଳିଥିବା ଖବର ଅନୁଯାଇ ଭାରତ ବନ୍ଦ ସମୟରେ ସହରର ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀ ମୁତୟନ ହୋଇ ରହିଥିଲେ। ଏହାରି ମଧ୍ୟରେ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରୁଥିବା ବେଳେ ଶ୍ରୀ ମୀନାଙ୍କ ଗୋଡ ଉପରେ ହରିଶ ଗୌଡା ନାମକ ଜଣେ ବ୍ୟକ୍ତି ଗାଡ଼ି ଚଢାଇ ଦେଇଥିଲା। ତେବେ, ଶ୍ରୀ ମୀନା ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ପୋଲିସ, ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଂସଦରେ ଗୃହିତ ହୋଇଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନଙ୍କ ପକ୍ଷରୁ ଭାରତ ବନ୍ଦ ଘୋଷଣା କରାଯାଇଥିଲା। କଂଗ୍ରେସ ସମେତ ଏବଂ ବାମ ଦଳ ସମେତ ଆମ ଆଦମୀ ପାର୍ଟି, ଆରଜେଡି, ଟିଡିପି, ୱାଇଏସଆର କଂଗ୍ରେସ ସମେତ ୧୨ଟି ରାଜନୈତିକ ଦଳ ଏହାକୁ ସମର୍ଥନ ଜଣାଇଥିଲେ।