ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପରକୀୟା ପ୍ରୀତିରେ ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ, ଜାଣନ୍ତୁ ପୁରା ଖବର

 

ସୁପ୍ରିମକୋର୍ଟ ଦୁଷ୍କର୍ମ ମାମଲାରେ ଏକ ବଡ଼ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ବହୁ ଦିନର ସମ୍ପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ କରାଯାଇ ପାରିବ ନାହିଁ । ମୁମ୍ୱାଇର ଖାରଘର ପୋଲିସ ଷ୍ଟେସନରେ ରୁଜୁ ଏକ ଏଫଆଇଆର୍କୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି କଥା କହିଛନ୍ତି । ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଏନ୍.କୋଟେଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ ସହମତିରେ ସ୍ଥାପନ ହୋଇଥିବା ସମ୍ପର୍କ ବିଗିଡ଼ିଲେ ଏହାକୁ ଅପରାଧିକ ମାମଲା କରିବା ଚିନ୍ତାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ମହେଶ ଦାମୁ ଖରେଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ କରିଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ମହିଳା ଜାଣିଶୁଣି ବହୁ ଦିନ ଯାଏ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ବିବାହ ପ୍ରତିଶ୍ରୁତି କାରଣରୁ କରିଛନ୍ତି ବୋଲି କହିପାରିବେ ନାହିଁ । ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଶାରୀରିକ ସମ୍ପର୍କ ନିଶ୍ଚିତ ରୂପେ ବିବାହର କଥିତ ପ୍ରତିଶ୍ରୁତି କାରଣରୁ କରିଛନ୍ତି ବୋଲି କହିପାରିବେ ନାହିଁ ।

ଅଭିଯୁକ୍ତ ବିବାହିତ ଥିଲେ ଏବଂ ଅଭିଯୋଗକାରୀ ମହିଳା ବିଧବା । ଦୁହେଁ ୨୦୦୮ ମସିହାରୁ ପରସ୍ପର ସମ୍ପର୍କରେ ଥିଲେ । ମହିଳାଙ୍କ ଅଭିଯୋଗ କରିଥିଲେ ଯେ ଖରେ ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଅନ୍ୟପଟେ ଖରେଙ୍କ ପତ୍ନୀ ଅଭିଯୋଗକାରୀ ମହିଳାଙ୍କ ବିରୋଧରେ ଜୋର କରି ଟଙ୍କା ଦାବି କରିବା ଅଭିଯୋଗ କରିଥିଲେ । ୨୦୧୭ ମାର୍ଚ୍ଚରେ ମହିଳା ଜଣକ ଖରେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ, ପୀଡିତ ମହିଳାଙ୍କ ଦ୍ୱାରା ତୁରନ୍ତ କରାଯିବାର ଥିଲା, ୯ ବର୍ଷ ଯାଏ ଶାରିରୀକ ସମ୍ପର୍କ ରଖିବା ପରେ ନୁହେଁ ।

ସର୍ବୋଚ୍ଚ ଅଦାଲତ ଏହିଭଳି ଘଟଣାର ବୃଦ୍ଧି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସହମତିରେ ଚାଲିଥିବା ବହୁ ଦିନର ସମ୍ପର୍କ ଖରାପ ହେବା କ୍ଷେତ୍ରରେ, ଅପରାଧିକ ମାମଲା କରିବା ପ୍ରବୃତ୍ତି ଚିନ୍ତାଜନକ ଅଟେ ।