ରେଷ୍ଟୁରାଣ୍ଟ ରୁ ଅର୍ଡର କରିଥିଲେ ଖାଦ୍ୟ, ପ୍ୟାକେଟ ଭିତରୁ ବାହାରିଲା ସାପ ଚମଡ଼ା, ଆଉ ତାପରେ...

 

କେରଳର ଏକ ପରିବାର ସେଠାରେ ଥିବା ଏକ ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଇଥିଲେ। କିନ୍ତୁ, ଖାଦ୍ୟ ପ୍ୟାକେଟଟି ଘରକୁ ଆସିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା। କାରଣ ଉକ୍ତ ଖାଦ୍ୟ ପ୍ୟାକେଟ ଭିତରୁ ସାପ ଚମଡ଼ା ମିଳିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସାମୟିକ ଭାବରେ ରେଷ୍ଟୁରାଣ୍ଟଟିକୁ ବନ୍ଦ ରଖାଯାଇଛି।

ହୋଇଥିବା ଅଭିଯୋଗ ଅନୁଯାଇ ଥିରୁବନନ୍ତପୁରମର ନେଡୁମନଗଡ ସ୍ଥିତ ଏକ ପରିବାର ଶାଲିମାର ହୋଟେଲରୁ ଖାଦ୍ୟ ପଦାର୍ଥ ଅର୍ଡର କରିଥିଲେ। ଖାଦ୍ୟ ପ୍ୟାକେଟଟି ଏକ ଖବର କାଗଜ ଦ୍ୱାରା ପ୍ୟାକିଂ କରା ଯାଇଥିବା ବେଳେ ଏହାକୁ ଖୋଲିବା ପରେ ଭିତରେ ଖାଦ୍ୟ ସହିତ ସାପ ଚମଡ଼ା ରହିଥିବା ଦେଖିବାକୁ ମିଳିଥିଲା। ଏଥିନେଇ ପରିବାର ତରଫରୁ ଅଭିଯୋଗ କରାଯାଇଥିଲା।

ଅଭିଯୋଗକୁ ଆଧାର କରି ସାମୟିକ ଭାବରେ ରେଷ୍ଟୁରାଣ୍ଟଟିକୁ ବନ୍ଦ ରଖା ଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ହୋଟେଲ ଯାଞ୍ଚ କରିଥିଲେ, ସେମାନଙ୍କ କହିବା କହିବା ଅନୁଯାଇ ହୋଟେଲରେ ଆବଶ୍ୟକୀୟ ଦଲିଲ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ, କର୍ମଚାରୀମାନେ ବହୁତ ଖରାପ ଅବସ୍ଥାରେ କାମ କରୁଥିଲେ ଏବଂ ସେଠାରେ ପର୍ଯ୍ୟନ୍ତ ଲାଇଟ ବ୍ୟବସ୍ଥା ନଥିଲା ତେଣୁ ଆଗକୁ ହୋଟେଲର ରୋଷେଇ ଘରକୁ ସଫା ସୁତୁରା ରଖିବା ପାଇଁ ତାଗିଦ୍ କରାଯାଇଛି।