ରାମ ଲଲାଙ୍କ ମନ୍ଦିର ଖୋଲୁଖୋଲୁ ପ୍ରଥମ ଦିନରେ ଦାନ ହୁଣ୍ଡିରେ ଲୋକେ ଦାନ କଲେ ଏତେ କୋଟି ଟଙ୍କା, ଜାଣନ୍ତୁ ପୁରା ଖବର

 
ଗୋଟିଏ ଦିନରେ ଅଯୋଧ୍ୟା ରାମ ମନ୍ଦିରକୁ ଆସିଲା ପାଖା ପାଖି ୪ କୋଟିର ଦାନ । ମନ୍ଦିର ଭକ୍ତ ମାନଙ୍କ ପାଇଁ ଖୋଲା ହେବା ପରେ ଏହି ଦାନ ଗୋଟିଏ ଦିନରେ ଭକ୍ତ ମାନଙ୍କ ଦ୍ଵାରା କରା ଯାଇଥିଲା । ଯାହା ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ଏକ ବଡ଼ ଖବର |

ଜାନୁୟାରୀ ୨୨ ତାରିଖ ସୋମବାର ଦିନ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ଜାନୁୟାରୀ ୨୩ ତାରିଖ ମଙ୍ଗଳବାର ଠାରୁ ମନ୍ଦିରର ଦ୍ୱାରା ସର୍ବ ସାଧାରଣ ଭକ୍ତ ମାନଙ୍କ ପାଇଁ ଖୋଲା ଯାଇଥିଲା । ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ରାମ ମନ୍ଦିର ଜାନୁଆରୀ ୨୩ରେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ପାଇଛି। ବୁଧବାର ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ସଦସ୍ୟ ଅନିଲ ମିଶ୍ର ଏହି ସୂଚନା ଦେଇଛନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

 ଏଥି ସହିତ ଅଯୋଧ୍ୟାରେ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଦର୍ଶନର ସମୟ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଭକ୍ତମାନେ ରାତି ୧୦ ଟା ପର୍ଯ୍ୟନ୍ତ ରାମଲଲାଙ୍କ ଦର୍ଶନ ପାଇପାରିବେ |

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୂତନ ଭାବେ ଉଦଘାଟିତ ରାମ ମନ୍ଦିର ସାରା ଦେଶରେ ପ୍ରଭୁ ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ ସ୍ଥାନ ହେବ ବୋଲି ଆଶା କରାଯାଉଛି । ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ସଦସ୍ୟ ଅନିଲ ମିଶ୍ର ବୁଧବାର ଦିନ କହିଛନ୍ତି ଯେ ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ରାମ ମନ୍ଦିର ଜାନୁଆରୀ ୨୩ରେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ପାଇଛି । ଆଶା କରା ଯାଉଛି ଏହି ଭଳି ଦାନ ଆଗକୁ ମଧ୍ୟ ଲାଗି ରହିପାରେ । 

ରାମ ମନ୍ଦିର ନିର୍ମାଣ ଘୋଷଣା ହେବା ପରଠାରୁ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଏବଂ ପରିଚାଳନା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ନଗଦ ଏବଂ ସାମଗ୍ରୀ ଆକାରରେ ବିପୁଳ ଦାନ ଗ୍ରହଣ କରୁଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏହା ପୂର୍ବରୁ ୫୦୦୦ କୋଟିରୁ ଅଧିକ ଟଙ୍କା ଦାନ ପାଇଥିବା ଟ୍ରଷ୍ଟ ଦାବି କରିଛି । ସାଧାରଣରେ ଆପଣଙ୍କୁ କହିବାକୁ ଗଲେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅନେକ ବ୍ୟବସାୟ ତଥା ରାଜନୈତିକ ବ୍ୟକ୍ତିତ୍ୱ, ବଲିଉଡ ସେଲିବ୍ରିଟି ଏବଂ ସମାଜର ସମସ୍ତ ବର୍ଗର ଲୋକମାନେ ସହଯୋଗ କରିଛନ୍ତି।