ସରକାରୀ ଚାକିରୀ ଖୋଜୁଥିଲେ ଖୁସି ଖବର! ରେଳବାଇରେ ଆସୁଛି ବମ୍ପର୍ ନିଯୁକ୍ତି, ଜାଣନ୍ତୁ ପୂରା ଖବର

 

ସରକାରୀ ଚାକିରୀ ପାଇବା ପାଇଁ ଇଚ୍ଛୁକ ଥିବା ସମସ୍ତ ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଖୁସି ଖବର। କାରଣ ଖୁବଶୀଘ୍ର ରେଳବାଇ ପକ୍ଷରୁ ୨୦,୭୧୯ଟି ଗ୍ରୁପ ଡି' ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଛି। ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀମାନଙ୍କୁ ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ଗ୍ୟାଙ୍ଗମ୍ୟାନ ପଦରେ ନିୟୋଜିତ କରାଯିବ।

ରେଳ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯିବା ପରେ ଇଚ୍ଛୁକ ପ୍ରାର୍ଥୀମାନେ ବିଭାଗୀୟ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଥିନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ସହିତ ପ୍ରସ୍ତୁତ ରହିବାକୁ ସମସ୍ତ ୧୭ଟି ରେଳ ଜୋନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

 ଏଥିରେ ମୋଟ ୨୦,୭୧୯ଟି ପଦବୀ ରହିଥିବା ବେଳେ ସେଥିମଧ୍ୟରୁ ୩,୩୩୦ଟି ପଦ ପୂର୍ବତନ ଯବାନଙ୍କ ପାଇଁ ସଂରକ୍ଷିତ ରଖାଯିବ। ଏହା ପୂର୍ବରୁ କେବଳ ୨୦୧୯ ମସିହାରେ ହିଁ ପ୍ରାୟ ୧ ଲକ୍ଷ ପ୍ରାର୍ଥୀଙ୍କ ପାଇଁ ଗ୍ରୁପ୍ ଡ଼ି ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଥିଲା। ତେବେ, ପରବର୍ତ୍ତୀ ସମୟରେ କରୋନା ମହାମାରୀ ପାଇଁ ଏହା ବ୍ୟାଘାତ ହୋଇଥିଲା।