ଦ୍ୱିତୀୟ ଶ୍ରେଣୀର ପିଲା କରୁଥିଲା ଦୁଷ୍ଟାମୀ, ରାଗିଗଲେ ପ୍ରଧାନ ଶିକ୍ଷକ, ଆଉ ତାପରେ.. ଜାଣନ୍ତୁ ପୂରା ଘଟଣା

 

ଉତ୍ତରପ୍ରଦେଶର ମିର୍ଜାପୁରର ଏକ ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ଦୁଷ୍ଟାମି କରିଥିବା ଜଣେ ୨ୟ ଶ୍ରେଣୀର ଛାତ୍ରଙ୍କୁ ଦଣ୍ଡ ସ୍ୱରୂପ, ପ୍ରିନ୍ସିପାଲ ବିଲଡିଂ ଛାତରୁ ତା ପାଦ ଧରି ଓଲଟା ଓହଳାଇ ରଖିଦେଇଥିଲେ। ସୋସିଆଲ ମିଡିଆରେ ଝୁଲୁଥିବା ଶିଶୁର ଫଟୋ ଭାଇରାଲ ହେବାରେ ଲାଗିଛି। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲା ମାଜିଷ୍ଟ୍ରେଟ ଏହି ଘଟଣାରେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାଟି ଅହରୌରାଠାରେ ଅବସ୍ଥିତ ସାଧବଭାନ୍ ଶିଖନ୍ ସାନଷ୍ଟାନ୍ ଜୁନିଅର ହାଇସ୍କୁଲ ଘରୋଇ ବିଦ୍ୟାଳୟର ଅଟେ। ଯେଉଁ ଠାରେ ଗୁରୁବାର ଅପରାହ୍ନରେ, ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଗୁପଚୁପ୍ ଖାଇବାବେଳେ ପିଲାମାନଙ୍କ ସହ ଦୁଷ୍ଟାମି କରିଥିବାରୁ ତାକୁ ଏକ ଅଜବ ଦଣ୍ଡ ମିଳିଥିଲା। ପିଲାଟିର ଦୁଷ୍ଟାମି ରେ ରାଗିଯାଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ବିଶ୍ୱକର୍ମା ପିଲାଟିର ଗୋଡକୁ ଧରି ବିଲଡିଂରୁ ଓଲଟାଇ ଝୁଲାଇ ଦେଇଥିଲେ। ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଚାରିପାଖରେ ଅନ୍ୟ ପିଲାମାନେ ଥିଲେ।

ସୋସିଆଲ ମିଡିଆରେ ପିଲାଟିର ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକମାନେ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି।  ଫଟୋରେ ଏହା ସ୍ପଷ୍ଟ ଦେଖାଯାଉଛି କିପରି ସେ ପିଲାଟିକୁ ଓଲଟା କରି ଧରି ରଖିଛନ୍ତି। ଏହି ସମୟରେ କେହି ଫଟୋକୁ କ୍ଲିକ୍ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ପୀଡିତା ପିଲାର ପିତା ନିକଟ ପୋଲିସ ଷ୍ଟେସନରେ ଅଭିଯୁକ୍ତ ପ୍ରିନ୍ସପାଲଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।