ରାକ୍ଷୀରେ ସରକାର ଦେଲେ ପୁଣି ଉପହାର, ୪୦୦ ଟଙ୍କା ଆହୁରି ଶସ୍ତାରେ ପାଇବେ ଗ୍ୟାସ ସିଲିଣ୍ଡର, ଖାଲି କରନ୍ତୁ ଏହି ଛୋଟ କାମ

 

ବଢୁଥିବା ସିଲିଣ୍ଡର୍ ଦରକୁ ଆଖି ଆଗରେ ରଖି ନରେନ୍ଦ୍ର ମୋଦୀ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଘୋଷଣା କରିଛନ୍ତି ନୂଆ ଯୋଜନା। ଯୋଜନା ଅନୁସାରେ ସିଲିଣ୍ଡର ର ମୂଲ୍ୟକୁ ଦୁଇ ଶହ ଟଙ୍କା ଶସ୍ତା କରିଛନ୍ତି।ଏବେ ଜାଣି ନିଅନ୍ତୁ ଏହି ଯୋଜନାରେ ଆପଣ ଅଛନ୍ତି କି ନାହିଁ ବୋଲି।

ଏହି ଯୋଜନାଟି ଉଜ୍ଵଳା ଯୋଜନାର ଅନ୍ତର୍ଭୁକ୍ତ ଅଟେ।୨୦୧୬ ରେ ମୋଦି ସରକାରଙ୍କ ଦ୍ୱାରା ଉଜ୍ୱଳା ଯୋଜନା ଆରମ୍ଭ କରାଯାଇଥିଲା। ଯେଉଁଥିରେ ବିପିଏଲ୍ ପରିବାର ମାନଙ୍କୁ ସାମିଲ୍ କରାଯାଇଥିଲା। ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୋଦି ସରକାର ଏହି ଉଜ୍ବଳା ଯୋଜନାରେ ପରିବର୍ତ୍ତନ କରିଛନ୍ତି। ଯେଉଁଥିରେ ହିତାଧିକାରୀ ମାନଙ୍କୁ ଦୁଇ ଶହ ଟଙ୍କା ରିହାତିରେ ସିଲିଣ୍ଡର୍ ଯୋଗାଇ ଦିଆ ଯିବ। ଅର୍ଥାତ୍ ସିଲିଣ୍ଡର୍ ର ମୂଲ୍ୟ ଚାରି ଶହ ଟଙ୍କା ରହିବ।

ଆମେ ଆପଣଙ୍କୁ କହି ରଖୁଛୁ ମୋଦୀଙ୍କର ଏହି ଯୋଜନାରେ ପ୍ରାୟ ଦଶ କୋଟି ଲୋକ ସାମିଲ୍ ହୋଇଛନ୍ତି। ମାତ୍ର ଏହି ଯୋଜନା ଟି କେବଳ ବିପିଏଲ୍ ପରିବାରଙ୍କ ପାଇଁ ରହିଛି। ଅର୍ଥାତ୍ ଯେଉଁ ପରିବାର ର ବାର୍ଷିକ ଆୟ ୨୭୦୦୦ଟଙ୍କାରୁ କମ୍ ସେମାନେ ହିଁ ଏହି ଯୋଜନାରେ ସାମିଲ ହୋଇ ପାରିବେ।

ଆସନ୍ତୁ ଜାଣି ନେବା ଏହି ଯୋଜନାରେ ସାମିଲ ହେବା ପାଇଁ କଣ ରହିଛି ଆବଶ୍ୟକ?

ଏହି ଯୋଜନାରେ ଅନ୍ତର୍ଭକ୍ତ ହେବା ପାଇଁ ପରିବାର ରେ ସମସ୍ତଂକର ଆଧାର କାର୍ଡ ଥିବା ଜରୁରୀ ଅଟେ, ଜବ୍ କାର୍ଡ ନକଲ, ସରପଞ୍ଚଙ୍କ ଦ୍ଵାରା ଏକ ଲିଖିତ ପତ୍ର ଏବଂ ଯୋଜନାର ଗାଇଡ ଲାଇନ ଅନୁଯାୟୀ ସମସ୍ତ ପ୍ରମାଣ ପତ୍ର ପୈଠ କରିବା ହେବେ।