ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ପଦ୍ମ ଫୁଲରେ ଓଜନ କରାଗଲା, ଏହି ଅଜବ ଘଟଣା କେରଳ ରେ ହୋଇଥିଲା

ଆମ ଦେଶ ଭାରତ ହଉଚି ବହୁତ ଗୁଡ଼ାଏ ପର୍ବ ଓ ଅଜବ ପ୍ରକାରର ପରମ୍ପରା ର ଗନ୍ତାଘର। ଭାରତର ଏହି ପ୍ରାଚୀନ ପରମ୍ପରା କୁ ଲୋକେ ସମ୍ମାନ ଦେବା ସହ ଶ୍ରଦ୍ଧା ର ସହ ମନେଇ ଥାଆନ୍ତି। ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହ ବି ଏମିତି କିଛି ହେଲା। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର କେରଳ ଗସ୍ତ କରିଥିଲେ ନରେନ୍ଦ୍ର ମୋଦି। ଶନିବାର କେରଳର ପ୍ରସିଦ୍ଧ ଗୁରୁଭାୟୁର କୃଷ୍ଣ ମନ୍ଦିର ଦର୍ଶନ ପାଇଁ ମୋଦି ପହଞ୍ଚିଥିଲେ।
 

ଆମ ଦେଶ ଭାରତ ହଉଚି ବହୁତ ଗୁଡ଼ାଏ ପର୍ବ ଓ ଅଜବ ପ୍ରକାରର ପରମ୍ପରା ର ଗନ୍ତାଘର। ଭାରତର ଏହି ପ୍ରାଚୀନ ପରମ୍ପରା କୁ ଲୋକେ ସମ୍ମାନ ଦେବା ସହ ଶ୍ରଦ୍ଧା ର ସହ ମନେଇ ଥାଆନ୍ତି। ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହ ବି ଏମିତି କିଛି ହେଲା।

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର କେରଳ ଗସ୍ତ କରିଥିଲେ ନରେନ୍ଦ୍ର ମୋଦି। ଶନିବାର କେରଳର ପ୍ରସିଦ୍ଧ ଗୁରୁଭାୟୁର କୃଷ୍ଣ ମନ୍ଦିର ଦର୍ଶନ ପାଇଁ ମୋଦି ପହଞ୍ଚିଥିଲେ। ଏଠାରେ ‘ତୁଲା ଭରଣ’ର ପୂଜା ପରମ୍ପରା ରହିଛି। ଏଥିପାଇଁ ମୋଦିଙ୍କୁ ପଦ୍ମ ଫୁଲରେ ଓଜନ କରାଯାଇଥିଲା। ପୂଜାର୍ଚ୍ଚନା ପାଇଁ ଜଣେ ମୁସଲିମ୍‌ ଚାଷୀ ପରିବାରଙ୍କ ଠାରୁ ୧୧୨ କିଲୋଗ୍ରାମର ଫଦ୍ମ ଫୁଲ କିଣା ଯାଇଥିଲା।

ଏହାପରେ ମନ୍ଦିରରେ ମୋଦି ସ୍ବତନ୍ତ୍ର ପୂଜା କରିବା ସହ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ୨ଦିନିଆ କେରଳ ଗସ୍ତରେ ଅଛନ୍ତି। ପୂଜାର୍ଚ୍ଚନା ସରିବା ପରେ ମୋଦି ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। କେରଳ ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ମାଲଦୀପ ରହିଥିବା ଜଣାପଡ଼ିଛି।