୫୬ ବର୍ଷ ହେଲା ହଜି ଯାଇଥିବା ଦେଶରେ ପହଞ୍ଚିଗଲେ ମୋଦୀ, ଜାଣନ୍ତୁ କେମିତି ଖୋଜି ଆଣିଲେ ପ୍ରଧାନମନ୍ତ୍ରୀ

 

ମୋଦୀଙ୍କ ଗୁପ୍ତ ସଂପର୍କ ପାଇଁ ଭାରତ ଆଜି ଶକ୍ତିଶାଳୀ ହେବାକୁ ଯାଉଛି। ଆଉ ଏବେ ସେହି ଦେଶକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମଥର ପାଇଁ ଗ୍ରସ୍ତ କରିଛନ୍ତି। ସେହି ଦେଶର ରାଷ୍ଟ୍ରପତି ଇରଫାନ ଅଲ୍ଲୀ ବହୁତ୍ ଖୁସିରେ ଆଲିଙ୍ଗନ କରିଦେଇଛନ୍ତି ମୋଦୀଙ୍କୁ। ରାଷ୍ଟ୍ରପତିଙ୍କ ଆଖିରେ ଖୁସିର ଲୁହ ଦେଖାଦେଇଛି। ୧୫ ସେକେଣ୍ଡ ପର୍ଯ୍ୟନ୍ତ ଆଲିଙ୍ଗନ କରି ରଖିଥିଲେ ମୋଦୀଙ୍କୁ ଇରଫାନ ଅଲ୍ଲୀ। ମୋଦିଙ୍କୁ କରିଛନ୍ତି ଭବ୍ୟ ସ୍ବାଗତ। ଏହି ଦେଶ ଭାରତ ଠାରୁ ୧୪ କିଲୋମିଟର ଦୂରରେ ରହିଛି। ସବୁଠାରୁ ବଡକଥା ହେଉଛି ସେଠାରେ ୪୦% ଲୋକ ହେଉଛନ୍ତି ମୂଲ ଭାରତୀୟ। ୮ ଲକ୍ଷ ଜନସଂଖ୍ୟା ଥିବା ଏହି ଦେଶ ଭାରତର ଭାଗ୍ୟ ବଦଳାଇ ଦେଇପାରେ। 

ଏହି ଦେଶର ନାଁ ହେଉଛି ଗୁଏନା ଯାହା ସାଉଥ ଆମେରିକାରେ ରହିଛି। ଗୁଏନା ର ପଡୋଶୀ ଦେଶ ହେଉଛି ବ୍ରାଜିଲ। ଗୁଏନା ର ଜିଡିପି ୨୦୨୨ ପରଠାରୁ ୬୦% ନେଗରେ ବଢ଼ି ଚାଲିଛି। ଏବେବି ଗୁଏନା ଆଗକୁ ଆଗକୁ ବଢ଼ି ଚାଲିଛି। କିଛିବର୍ଷ ପୂର୍ବରୁ ଗୁଏନା କୁ ଏମିତି କିଛି ମୂଲ୍ୟ ମିଳି ଯାଇଛି ଯାହା ଗୁଏନା ର ଭାଗ୍ୟକୁ ବଦଳାଇ ଦେଇଛି। ଗୁଏମ କୁ ବହୁତ୍ ବଡ ତେଲ ଏବଂ ନ୍ୟାଚୁରାଲ ଗ୍ୟାସର ଭଣ୍ଡାର ମିଳିଯାଇଛି। ୨୦୧୫ରେ ଆରମ୍ଭ ହେଇଥିଲା ସର୍ଭେ। ଆଉ ଦେଖୁ ଦେଖୁ ୨୦୨୦ ବେଳକୁ ଅନେକ ଖଣି ମିଳିଗଲା। 

ଏକ ଅନୁମାନ ମୁତାବିକ ଗୁଇନା ପାଖରେ ୧୧ ବିଲିଅନ୍ ଖଣିଜ ତୈଳ ରହିଛି। କିନ୍ତୁ ଯେଉଁ ସମୟରେ ଗୁଏନା କୁ ତେଲର ଭଣ୍ଡାର ମିଳିଲା ସେହି ସମୟରେ ପୁରା ବିଶ୍ଵ ସହିତ ଗୁଏନା ମଧ୍ୟ କରୋନାରେ ଆକ୍ରାନ୍ତ ହେଇଥିଲା। ଏହି ସମୟରେ କୌଣସି ଦେଶ ଗୁଏନା କୁ ସାହାର୍ଯ୍ୟ ପାଇଁ ଆସିଲେନାହିଁ। କିନ୍ତୁ ଭାରତ ଆଗେଇ ଯାଇଥିଲା ଗୁଏନା କୁ ସାହାର୍ଯ୍ୟ କରିବା ପାଇଁ। ଭାରତ ପାଇଁ ହିଁ ଗୁଏନା ନୂଆ ଜୀବନ ପାଇଥିଲା। କାରଣ ଭାରତ ୮୦ ହଜାର କରୋନା ଟୀକା ମାଗଣାରେ ପ୍ରଦାନ କରିଥିଲା ଗୁଏନା କୁ। ଯାହାପରେ ଭାରତ ଓ ଗୁଏନା ମଧ୍ୟରେ ସମ୍ପର୍କ ଅଧିକ ନିବିଡ ହେଇଯାଇଥିଲା। 

ତା'ପରେ ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟ ଦିବସରେ ଗୁଏନା ର ରାଷ୍ଟ୍ରପତି ଡକ୍ଟର ଇରଫାନ ଅଲ୍ଲିଙ୍କୁ ଭାରତକୁ ନିମନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ରାଷ୍ଟ୍ରପତି ଇରଫାନ ଅଲ୍ଲି କହିଥିଲେ କି, "ଆମେ ଆପଣଙ୍କ ଋଣ ସୁଝି ପାରିବୁନି। କାରଣ ଯେତେବେଳେ ଆମକୁ ପୁରା ବିଶ୍ଵ ପର କରିଥିଲା ସେହି ସମୟରେ ଆପଣ ଆମକୁ ସାହାର୍ଯ୍ୟ କରିଥିଲେ। ଆଉ ସେହିଦିନ ଠାରୁ ଗୁଏନା ର ରାଷ୍ଟ୍ରପତି ହେଉଛନ୍ତି ମୋଦୀଙ୍କର ବଡ ଫ୍ୟାନ। ଏବେ ମୋଦିଙ୍କୁ ସେ ତାଙ୍କ ଦେଶକୁ ଡକାଇ ଭାବୁବକ ହେଇଯାଇଛନ୍ତି"। 

ତେବେ ଗୁଏନା ଏବେ ଭାରତ ଶକ୍ତି ଆବଶ୍ୟକତାକୁ ପୁରା କରିପାରିବ। ଗୁଏନା ପାଖରେ ବହୁତ୍ ଖଣିଜ ତୈଳ ରହିଛି। ଭାରତ ମଧ୍ୟ ଏବେ ତେଲ ପାଇଁ ଗୋଟିଏ ଦେଶ ଉପରେ ନିର୍ଭର କରିବାକୁ ଚାହୁଁ ନାହିଁ। ଏହି ସମୟରେ ଭାରତ ପାଇଁ ଗୁଏନା ବହୁତ୍ ମୂଲ୍ୟବାନ। ଏହା ବ୍ୟତୀତ ଗୁଏନା ଭାରତ ଠାରୁ ସାମହିକ ଅସ୍ତ୍ରଶସ୍ତ୍ର ଦେବାକୁ ମଧ୍ୟ ଚାହୁଁଛି। ଆଉ ସେଥିପାଇଁ ଗୁଏନା ଯାଇଥିଲେ ମୋଦୀ। ଯେଉଁ ଦେଶକୁ ୫୬ ବର୍ଷ ହେଲା କୌଣସି ପ୍ରଧାନମନ୍ତ୍ରୀ ଯାଇନଥିଲେ ସେହି ଦେଶକୁ ମୋଦୀ ସମସ୍ତଙ୍କ ଆଗରେ ପରିଚିତ କରାଇ ଦେଲେ।