ପ୍ୟାଣ୍ଟ ଭିତରେ ଫାଟିଗଲା ଏହି ଫେମସ୍ କମ୍ପାନୀର ସ୍ମାର୍ଟଫୋନ, ଯୁବକଙ୍କ ଜଳିଗଲା ଅଧା ଜଂଘ, ଜାଣନ୍ତୁ ପୂରା ଘଟଣା

 

ସ୍ମାର୍ଟଫୋନ ବ୍ୟବହାରକାରୀ ମାନେ ରୁହନ୍ତୁ ସାବଧାନ!! ଫୋନ ବ୍ୟବହାର କରୁଥିବା ବେଳେ ବିସ୍ଫୋରଣ ହେବା ନେଇ ପୂର୍ବରୁ ଅନେକ ଖବର ଶୁଣିଥିବେ ନିଶ୍ଚିତ। ବର୍ତ୍ତମାନ ଏହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ପକେଟ୍ ଭିତରେ ଫୋନ ଥିବା ବେଳେ ବିସ୍ଫୋରଣ ଘଟିବାରୁ ଜଣେ ବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏଥିନେଇ ସୁହିତ ଶର୍ମା ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର ଅକାଉଣ୍ଟରେ କିଛି ଫୋଟୋ ସେୟାର କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିସ୍ଫୋରଣ ହୋଇଥିବା ଫୋନଟି ୱାନ୍ ପ୍ଲସ୍ କମ୍ପାନୀର ଅଟେ ଯାହାକୁ ନେଇ ଏପରି ଦୁର୍ଘଟଣା ପ୍ରଥମ ଥର ପାଇଁ ଲୋକଲୋଚନକୁ ଆସିଛି। ମିଳିଥିବା ସୂଚନା ଅନୁଯାଇ ଆହତ ହୋଇଥିବା ବାଳକ ଜଣକ ଏହି ଫୋନଟିକୁ ନିଜ ପ୍ୟାଣ୍ଟ ପକେଟ୍ ଭିତରେ ରଖିଥିଲା। ତେବେ, ଫୋନଟି ବିସ୍ଫୋରଣ ହେବାରୁ ସେହି ପ୍ୟାଣ୍ଟ ପକେଟଟି ଜଳିଯିବା ସହ ଯୁବକଙ୍କର ଜଙ୍ଘର କିଛି ଅଂଶ ପୋଡିଯାଇଛି।

ସୁହିତ ଶର୍ମା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏଥିନେଇ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ୱାନପ୍ଲସ୍ କମ୍ପାନୀକୁ ଟ୍ୟାଗ୍ କରିବା ସହ ବାଳକଟି ଆହତ ହୋଇଥିବାର ଫୋଟୋ ଏବଂ ପୋଡିଯାଇଥିବା ମୋବାଇଲ ଫୋନର କିଛି ଫୋଟୋ ପୋଷ୍ଟ କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ୱାନପ୍ଲସ ଠାରୁ ଏଭଳି ଆଶା ନଥିଲା। ଆପଣଙ୍କ ପ୍ରଡକ୍ଟ କ’ଣ କରିଲା। ଦୟାକରି ଏଭଳି ଅଘଟଣ ପାଇଁ ପ୍ରସ୍ତୁତ ରୁହନ୍ତୁ। ଲୋକଙ୍କ ଜୀବନ ସହ ଖେଳିବା ବନ୍ଦ କରନ୍ତୁ। ୱାନପ୍ଲସ ହେତୁ ବାଳକ ଆହତ ହୋଇଛି। ତାର ଜଙ୍ଘରେ ଗଭୀର ଆଘାତ ଲାଗିଛି'। ୱାନପ୍ଲସ୍ ତୁରନ୍ତ ଏହି ଘଟଣାର ତଦନ୍ତ ପାଇଁ ପଦକ୍ଷେପ ଦେଇଛି।