ବାରାଣାସୀର 5 ଷ୍ଟାର ହୋଟେଲରେ 2 ଲକ୍ଷ ଟଙ୍କାର ବିଲ୍ ନ ଦେଇ ଛୁ ମାରିଲେ ଓଡ଼ିଆ ଯୁବକ, ଜାଣନ୍ତୁ ପୁରା ଘଟଣା

 

ବାହାର ରାଜ୍ୟରେ ଓଡ଼ିଶାର ନାଁ ପକାଇଲେ। ନିଜ କାମ ଯୋଗୁ ସମଗ୍ର ରାଜ୍ୟକୁ ବଦନାମ କରାଇଲେ। ଏପରି ଜଣେ ଧ୍ରୂତ ଓ ଧୁରନ୍ଧର ଯୁବକ ହେଉଛନ୍ତି ସାର୍ଥକ ସଞ୍ଜୟ । ତାଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ଏବେ ତାଙ୍କୁ ଖୋଜୁଛି ଉତ୍ତରପ୍ରଦେଶ ପୁଲିସ୍‌। ସାର୍ଥକ ସଞ୍ଜୟ ନାମକ ଓଡ଼ିଶାର ଜଣେ ବ୍ୟକ୍ତି ତାଙ୍କ ହୋଟେଲରେ ଅକ୍ଟୋବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରହିଥିଲେ । 

୪ ଦିନ ପାଇଁ ରୁମ୍ ବାବଦକୁ ଲକ୍ଷେ ୭୦ ହଜାର ଟଙ୍କା ହୋଇଥିବା ବେଳେ ଖାଇବା ବାବଦ ଅର୍ଥ ୩୬ ହଜାର ଟଙ୍କା। ତେବେ ସଞ୍ଜୟ ଓଡ଼ିଶାରୁ ବାରାଣାସୀ ଗଲେ, ଫାଇଭ ଷ୍ଟାର୍ ହୋଟେଲରେ ୪ ଦିନ ରହିଲେ । ହଜାର ହଜାର ଟଙ୍କାର ଖାଇବା ବି ଖାଇଲେ । ହେଲେ ଟଙ୍କାଟିଏ ନଦେଇ ହୋଟେଲରୁ ଛୁ ମାରିଲେ ସଞ୍ଜୟ । 

ବାରାଣାସୀର ହୋଟେଲ ତାଜ୍ ଗ୍ୟାନଜେସ୍ ତରଫରୁ ଏନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ସାର୍ଥକ ସଞ୍ଜୟ ନାମକ ଓଡ଼ିଶାର ଜଣେ ବ୍ୟକ୍ତି ତାଙ୍କ ହୋଟେଲରେ ଅକ୍ଟୋବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରହିଥିଲେ । ୪ ଦିନ ପାଇଁ ରୁମ୍ ବାବଦକୁ ଲକ୍ଷେ ୭୦ ହଜାର ଟଙ୍କା ହୋଇଥିବା ବେଳେ ଖାଇବା ବାବଦ ଅର୍ଥ ୩୬ ହଜାର ଟଙ୍କା । ମୋଟ୍ ବିଲ୍ ହୋଇଥିଲା ୨ ଲକ୍ଷ ୪ ହଜାର ୫୨୧ ଟଙ୍କା । 

ହେଲେ ଟଙ୍କା ନଦେଇ ହୋଟେଲରୁ ଛୁ ମାରିଛନ୍ତି ସାର୍ଥକ ସଞ୍ଜୟ । ହୋଟେଲ କର୍ମଚାରୀ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିବା ବେଳେ ତାଙ୍କ ନମ୍ବର ସୁଇଚ୍ ଅଫ୍ ଦେଖାଇଥିଲା । ରୁମ୍‌ରେ କିଛି କପଡା ଛାଡ଼ି ୨ ଲକ୍ଷ ଟଙ୍କା ନଦେଇ ଫେରାର ହୋଇଯାଇଛନ୍ତି ସାର୍ଥକ ସଞ୍ଜୟ । ଏନେଇ ହୋଟେଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।