ଏବେ ଭାରତ ହାତରେ ରହିଛି ଇସ୍ରାଏଲ ଯୁଦ୍ଧ୍ୟର ଚାବିକାଠି! ଯୁଦ୍ଧ୍ୟର ହେବ କି ଶାନ୍ତି ସ୍ଥାପନ? ସ୍ଥିର କରିବ ଭାରତ, ଜାଣନ୍ତୁ ପୁରା ଖବର

 

ଇସ୍ରାଏଲ ଉପରେ ହମାସର ଆକ୍ରମଣର ମୂଲ୍ୟ ଚୁକାଉଛି ଏବେ ଦୁଇ ଦେଶ। ସୂଚନା ଅନୁସାରେ ଇଶ୍ରାଏଲ ରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି। ଯୁଦ୍ଧ୍ୟର ସ୍ୱାର୍ଥରେ ବଳି ପଡୁଛନ୍ତି ଦୁଇ ଦେଶର ସାଧାରଣ ଜନତା ଓ ସୈନ୍ୟ ବାହିନୀ। ହେଲେ କିନ୍ତୁ ଇସ୍ରାଏଲର ଜନତା ହାର ମାନିବାକୁ ରାଜି ନାହାନ୍ତି। ଏତେ ଭୟଙ୍କର ଦୃଶ୍ୟ ସବୁ ନିଜ ଆଖି ଆଗରେ ଦେଖିବା ପରେ ସେମାନେ ଏବେ ଖାଲି ପ୍ରତିଶୋଧର ନିଆଁରେ। ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଭୟକୁ ସେ ଏବେ ହତୀୟାର ବନାଇଛନ୍ତି ନିଜର।

ଏପଟେ କିନ୍ତୁ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନର ସହାୟକରେ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ରକେଟ୍ ଛାଡୁଛି ଇସ୍ରାଏଲକୁ। ଲାଗୁଛି ନିଜର ସ୍ବାର୍ଥ ପାଇଁ କିଛି ବି ପଦକ୍ଷେପ ଗ୍ରହଣ କରିପାରେ ପାଲେଷ୍ଟାଇନ। ଏହି ଯୁଦ୍ଧ କେବଳ ଏହି ଦୁଇ ଦେଶ ମଧ୍ୟରେ ଆଉ ସୀମିତ ହୋଇ ରହି ନାହିଁ। ସାରା ବିଶ୍ବ ଧୀରେ ଧୀରେ ପ୍ରଭାବିତ ହେବାକୁ ଲାଗିଲାଣି ଏହି ଯୁଦ୍ଧରେ। ଯୁଦ୍ଧ ଧୀରେ ଧୀରେ ଏତେ ଭୟଙ୍କର ହେଉଛି ଯେ ଯାହାର ପରିଣାମ ହୁଏତ ଅନ୍ୟ ଦେଶ ଉପରେ ମଧ୍ୟ ପଡ଼ି ପାରେ।

ଏଥି ମଧ୍ୟରେ ଭାରତର ସମର୍ଥନକୁ ନେଇ ରହିଛି ସମସ୍ତଙ୍କର ନଜର। କାରଣ ଭାରତର ସମର୍ଥନ ହୁଏ ତ ଯୁଦ୍ଧର ଦିଗକୁ ପରିବର୍ତ୍ତନ କରିପାରେ। ଭାରତରେ ରହୁଥିବା ଇସ୍ରାଏଲର ରାଷ୍ଟ୍ର ଦୂତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୁଦ୍ଧ ରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯଦି ଭାରତ ଚାହିଁବ ଯୁଦ୍ଧକୁ ବନ୍ଦ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରି ପାରିବ। ରାଷ୍ଟ୍ର ଦୂତଙ୍କର ଏପରି ବୟାନରୁ ବିଶ୍ଵ ରାଜନୀତିରେ ଭାରତର ଭୂମିକାକୁ ଅନୁମାନ କରାଯାଇପାରେ।