କାହିଁକି ରାହୁଲ ଗାନ୍ଧୀ ବାସଭବନକୁ ଗଲେ ମୁକେଶ ଅମ୍ବାନୀ ? ସାମ୍ନା କୁ ଆସିଲା ବଡ଼ କାରଣ

 

ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି ଅବସରରେ ମୁକେଶ ଅମ୍ବାନୀ ନିଜେ ବିବାହ ପାଇଁ କିଛି ଅତିଥିଙ୍କୁ ନିମନ୍ତ୍ରଣ କରୁଛନ୍ତି। 

ତେବେ ଆପଣମାନେ ଜାଣିଥିବେ ଅନନ୍ତ ଏବଂ ରାଧିକା ୧୨ ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି । ବିଶେଷ ଅତିଥିମାନେ ଏହି ବିଶେଷ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି । ଭାରତ ଏବଂ ବିଦେଶର ସେଲିବ୍ରିଟିମାନେ ବିଗ୍ ଫ୍ୟାଟ୍ ୱେଡିଂକୁ ଅନୁଗ୍ରହ ପ୍ରଦାନ କରିବେ । 

ଗାନ୍ଧୀ ବାସଭବନକୁ ଗଲେ ମୁକେଶ ଅମ୍ବାନୀ:

ତେବେ ଏହି ଦୁହିଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଖବର । ପୁଅ ଅନନ୍ତଙ୍କ ବିବାହ ଅବସରରେ ବାପା ମୁକେଶ ଅମ୍ବାନୀ ନିଜେ ବିବାହ ପାଇଁ କିଛି ଅତିଥିଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏହାରି ମଧ୍ୟରେ ଗୁରୁବାର ମୁକେଶ ଅମ୍ବାନୀ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ଏବଂ ରାହୁଲ ଗାନ୍ଧୀ ବାସଭବନରେ ପହଞ୍ଚିଥିଲେ । 

ସୂଚନା ଅନୁଯାୟୀ ସେ ପୁଅର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଦେବା ପାଇଁ ସେଠାରେ ପହଁଞ୍ଚିଥିଲେ । ଗତ ଜୁନ୍ ୨୬ ରେ ମୁକେଶ ଅମ୍ବାନୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟି ତାଙ୍କୁ ପୁଅର ବିବାହ ନିମନ୍ତ୍ରଣ କରିଥିଲେ । 

ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ଜୁଲାଇ ୩, ବୁଧବାର ଦିନ ମୁମ୍ବାଇରେ ପାରମ୍ପାରିକ ଗୁଜୁରାଟୀ 'ମମେରୁ' ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ସମଗ୍ର ଅମ୍ବାନୀ ପରିବାର ଯୋଗ ଦେଇଥିଲେ ଏବଂ ରାଧିକା ମର୍ଚାଣ୍ଟଙ୍କ ପରିବାର ସଦସ୍ୟ ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ ।