ଦେଖନ୍ତୁ ଭିଡିଓ: ପୁଅ ଟାଣୁଥିଲା ସିଗାରେଟ, ମା' ଜାଣିବା ପରେ ଖୁଣ୍ଟରେ ବାନ୍ଧି ଆଖିରେ ପୁରେଇଦେଲା ଲଙ୍କା ଗୁଣ୍ଡ

 

ବର୍ତ୍ତମାନର ସମୟରେ ସୋସିଆଲ ମିଡ଼ିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ବେଶ୍ ପ୍ରତିକ୍ରିୟା ମଧ୍ୟ ଦେଖାଉଛନ୍ତି ଲୋକେ। କାହିଁ କେଉଁ ଅଜଣା ସ୍ଥାନର ଖବର ଆସି ପହଞ୍ଚୁ ଛି ଆମ ପାଖରେ ବୋଧୁଏ ସୋସିଆଲ ମଡିଆ ନଥିଲେ ଏ ସବୁ ସମ୍ଭବ ହେଉ ନଥାନ୍ତା।କିଛି ଲୋକ ସୋସିଆଲମିଡ଼ିଆ କୁ ସମର୍ଥନ ଜଣାଉଥିବା ବେଳେ ଆଉ କିଛି ଲୋକେ ଏହାକୁ ସମାଜ ଖରାପ୍ ହେବାର କାରଣ ବତାଉଛନ୍ତି ।ଏଥି ମଧ୍ୟରେ ଆମର କାମ ହେଉଛି ଘଟଣା ସବୁ ଆପଣଙ୍କ ନିକଟରେ ପହଞ୍ଚାଇବା।

ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆଉ ଏକ ଭିଡିଓ ବିଷୟରେ ।

ଯେଉଁଥିରେ ଦେଖା ଯାଇଛି ଏକ ମା ତା ପୁଅକୁ ନିର୍ଧୁମ ପିଟୁଛି। ଆଜ୍ଞା ହଁ ଘଟଣା ଟି ଏପରି ଥିଲା କି ମାଆଟି ପୁଅକୁ ସିଗ୍ରାଟ ଟାଣୁ ଥିବାର ଦେଖି ଦେଇଥିଲା। ତା ପରେ ସେ ପୁଅର ଏଭଳି କାର୍ଯ୍ୟ କଳାପ ଦେଖି ଭୀଷଣ ରାଗି ଯାଇଥିଲେ। ପରେ ପୁଅକୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଦେଇ ନିର୍ଧୁମ୍ ପିଟିବା ସହିତ ପୁଅ ପାଟିରେ ଲଙ୍କା ଗୁଣ୍ଡ ମାଡ଼ି ଦେଇଥିଲେ। କେହି ଜଣେ ବ୍ୟକ୍ତି ଘଟଣାଟିକୁ ରେକର୍ଡ କରି କରିଥିଲେ ଭାଇରାଲ, ଯାହା ଏବେ ଆସି ପହଞ୍ଚିଛି ଆପଣଙ୍କ ପାଖରେ। ହେଲେ ଘଟଣାଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ।
ଆଜ୍ଞା ହଁ ବର୍ତ୍ତମାନ ଦୁନିଆ ଯେତେ ଆଗକୁ ଯାଉଛି ଛାତ୍ର ସମାଜ ତଥା ଯୁବ ପିଢ଼ି ସେତେ ପଥ ଭ୍ରଷ୍ଟ ହେଉଛନ୍ତି। ଏବେ ଛାତ୍ର ଜୀବନରୁ ହିଁ ସେମାନେ ଆରମ୍ଭ କରିଦେଉଛନ୍ତି ନିଶାପାନ। କଳା ବଜାରର ମଧ୍ୟ ଅଭାବ ନାହିଁ। ନା ସମାଜ ନିଜର ଦାୟୀତ୍ବ ତୁଲାଉଛି ନା ପ୍ରଶାସନ ନେଉଛି କୌଣସି କାର୍ଯ୍ୟାନୁଷ୍ଠାନ। ଏଥି ମଧ୍ୟରେ ବଳି ପଡ଼ି ଯାଉଛି ଦେଶ , ଜାତି ତଥା ବ୍ୟକ୍ତିଗତ ଭବିଷ୍ୟତ।