ଦେଖନ୍ତୁ ଭିଡିଓ: ପ୍ରେମ ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢିଲେ ୩ ଛୁଆର ମା’, କହିଲେ- ମୁଁ ଉଭୟ ସ୍ୱାମୀ ଓ ପ୍ରେମିକ ସହ ରହିବି ନହେଲେ ମରିବି

 

ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳାଙ୍କର ଅନୈତିକ ସମ୍ପର୍କ ପ୍ରକାଶ ପାଇବା ପରେ ବୈଦ୍ୟୁତିକ ପୋଲ ଉପରକୁ ଚଢିଥିଲେ । ଏହି ମହିଳାଙ୍କର ତିନୋଟି ସନ୍ତାନ ଅଛନ୍ତି ଏବଂ ଗତ ସାତ ବର୍ଷ ଧରି ତାଙ୍କର ପ୍ରେମ ସମ୍ପର୍କ ଥିଲା । ତାଙ୍କ ସ୍ୱାମୀ ଏହା ଜାଣିବା ମାତ୍ରେ ସେ ବିରୋଧ କରିବାକୁ ଲାଗିଲେ । ଏହା ପରେ ମହିଳା ଆତ୍ମହତ୍ୟା କରିବାକୁ ଧମକ ଦେବା ଆରମ୍ଭ କରିଥିଲେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:

Follow our WhatsApp channel and get all the Latest news:.

WhatsApp Channel (Join Now) Join Now

ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଡୋଶୀ ଗାଁର ଜଣେ ଯୁବକଙ୍କ ସହ ତାଙ୍କ ଅନୈତିକ ସମ୍ପର୍କକୁ ତାଙ୍କ ସ୍ୱାମୀ ନାପସନ୍ଦ କରିବା ପରେ ମହିଳା ଜଣକ ଅନେକ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏକ ମାସ ପୂର୍ବରୁ ସେ ଏକ କୋଠାର 5ମ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହାପୂର୍ବରୁ ମହିଳା ଜଣଙ୍କ ମଧ୍ୟ ଟ୍ରେନ୍‌ ଟ୍ରାକରେ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ ।

ଏହି ଘଟଣା ପରେ, ନିକଟରେ ମହିଳା ଉଚ୍ଚ-ଟେନସନ୍ ଇଲେକ୍ଟ୍ରିକ୍ ତାରରେ ବନ୍ଧା ହୋଇଥିବା ଏକ ଇଲେକ୍ଟ୍ରିକ୍ ପୋଲ ଉପରକୁ ଚଢିଥିବାର ଦେଖବାକୁ ମିଳିଥିଲା । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭିଡ଼ିଓ଼ରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ସୁରକ୍ଷିତ ଭାବରେ ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଖବର ଅନୁଯାୟୀ ସ୍ୱାମୀ, ସ୍ତ୍ରୀ ଓ ପ୍ରେମିକ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ପୋଲିସ ମଧ୍ୟ ଚେଷ୍ଟା କରୁଛି ।

ଦେଖନ୍ତୁ ଭିଡିଓ :-

ତାଙ୍କ ପତ୍ନୀଙ୍କ ସମସ୍ୟା ସମ୍ପର୍କରେ ସ୍ୱାମୀ ପୋଲିସକୁ ସୂଚନା ଦେଇ କହିଥିଲେ ଯେ ମହିଳା ଜଣକ ତାଙ୍କ ପ୍ରେମିକ ସହ ରହିବାକୁ ଚାହୁଁଛନ୍ତି । କିନ୍ତୁ ପାରିବାରିକ କାରଣରୁ ସେ ତାଙ୍କ ସ୍ୱାମୀକୁ ମଧ୍ୟ ଛାଡିବାକୁ ଚାହାଁନ୍ତି ନାହିଁ, କାରଣ ସେ ତିନିଟି ସନ୍ତାନର ମା' । ତାଙ୍କ ପିଲାଙ୍କୁ ଛାଡ଼ି ଯିବାକୁ ଚାହୁଁ ନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ଉଭୟ ସ୍ୱମୀ ଓ ପ୍ରେମିକ ସହ ରହିବାକୁ ଦାବି କରୁଛନ୍ତି । କିନ୍ତୁ ସ୍ୱାମୀ ମନା କରିବାରୁ ସେ ରାଗିଯାଇ ଏକ ବୈଦ୍ୟୁତିକ ପୋଲ ଉପରକୁ ଚଢି ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କଲେ ।

ମହିଳା ଜଣକ ବୈଦ୍ୟୁତିକ ପୋଲ ଉପରକୁ ଚଢିଯାଇଥିବା ସୂଚନା ପାଇବା ମାତ୍ରେ ପୋଲିସ ଏବଂ ବିଦ୍ୟୁତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଶୀଘ୍ର ଶାନ୍ତ କରି ତଳକୁ ଓହ୍ଲାଇଥିଲେ । ବର୍ତ୍ତମାନ ମହିଳା ଜଣକ ସୁରକ୍ଷିତ ଅଛନ୍ତି ।