ମନ୍ତ୍ରୀଙ୍କ ଦରମାଠୁ ବି ଅଧିକ! ତିରୁପତି ମନ୍ଦିରର ପୂଜାରୀଙ୍କ ଦରମା ଜାଣିଲେ ଉଡିଯିବ ହୋସ୍

 

ତିରୁପତି ମନ୍ଦିରରେ ଏହି  ୪ ପାଓ୍ୱାରଫୁଲ ପ୍ୟାମିଲର ପୂଜାରୀମାନଙ୍କ ଦ୍ୱାରା ପୂଜା କରାଯାଇଥାଏ। ମନ୍ଦିରର  ସକାଳୁ  ସଂନ୍ଧ୍ୟା ପର୍ଯ୍ୟନ୍ତ ଧାର୍ମିକ ରୀତିନୀତି ଏହି ପରିବାରର ଲୋକମାନଙ୍କ ଦ୍ୱାରା କରାଯାଏ।  କୁହାଯାଇଥାଏ ଯେ ଏହି ପୁରୋହିତ ପରିବାର ବୁହତ ଧନୀ ଆଉ ପ୍ରତିଷ୍ଠିତ। ଏହି ୪ ପୂଜାରୀ ପରିବାରର ନାଁ ହେଉଛି,  ପୈଡିପଲ୍ଲୀ, ଗୋଲ୍ଲାପଲ୍ଲୀ, ପୋଦିନ୍ତ  ଏବଂ ତିରୁପତମ୍ମା। ଏହି ପରିବାର କାହିଁ କେତେ ପିଢିରୁ ତିରୁମାଳାରେ ଶ୍ରୀଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରରେ ରୀତିନୀତି କରିଆସୁଛନ୍ତି। 

ଏହି ପରିବାର ଏଠାରେ ଆରାମରେ ରହିଥାନ୍ତି। ଏବଂ ମନ୍ଦିରର ମୁଖ୍ୟ ପୂଜାରୀ  ବଂଶାନୁଗତ ହୋଇଥାନ୍ତି। ଯାହାଙ୍କୁ ପ୍ରଧାନ ଅର୍ଚକ କୁହାଯାଇଥାଏ। ଏମାନଙ୍କର ମାସକୁ ଦରମା  ପାଖାପାଖି ୮୨, ୦୦୦ ଟଙ୍କା ଏଥିସହିତ ଅନ୍ୟାନ୍ୟ ସୁବିଧା।

ଦ୍ୱିତୀୟ ହେଡ ପୁଜାରୀ ମଧ୍ୟ ବଂଶାନୁଗତ ହୋଇଥାନ୍ତି। ଯାହାଙ୍କୁ ପ୍ରତ୍ୟେକ ମାସ ଦରମା ହିସାବରେ ୫୨ ହଜାର ଟଙ୍କା ମଳିଥାଏ। ଭତ୍ତା ମଧ୍ୟ ଅଲଗା ମିଳିଥାଏ। ତେବେ ଏହି ଭତ୍ତା   ମିଳିଥାଏ ଏହାର କିଛି ଖୁଲାସା ହୋଇନାହିଁ। 

ଯେଉଁମାନେ ବଂଶାନୁଗତ ପୁଜାରୀ ନୁହଁନ୍ତି ତାଙ୍କ  ଦରମା ୬୦,୦୦୦ରୁ   ୩୦,୦୦୦ର ମଧ୍ୟରେ ରହିଥାଏ ଯାହା ସେମାନଙ୍କର ଅଭିଜ୍ଞତା ଉପରେ ନିର୍ଭର କରିଥାଏ। ଏବଂ ସମସ୍ତ ପୂଜାରୀଙ୍କୁ ରହିବା ପାଇଁ ଘର ଫ୍ରୀରେ ମିଳିଥାଏ। ସମସ୍ତ ପୂଜାରୀ  ଏବଂ ତାଙ୍କର ପରିବାର ସଦସ୍ୟଙ୍କ  ସ୍ୱାସ୍ଥ୍ୟକୁ ନେଇ ଖର୍ଚ୍ଚ ଟିଟିଡି ବହନ କରିଥାଏ।

ଟିଟିଡିର ନିଜସ୍ୱ ଆଧୁନିକ ଡାକ୍ତରଖାନା ଅଛି। ଏଥିସହିତ ସମସ୍ତ ପୁଜାରୀଙ୍କୁ ଛୁଟି ମଧ୍ୟ ମିଳିଥାଏ। ସମସ୍ତ ପୂଜାରୀଙ୍କ ଏକ ବୟସ ମଧ୍ୟ ଧାର୍ଯ୍ୟ କରାଯାଇଥାଏ। ଏହାପରେ ସେମାନେ ଅବସର ନେଇଯାଇଥାନ୍ତି। ଅବସର ପରେ ମଧ୍ୟ ଅବସରକାଳୀନ ସୁବିଧା ମିଳିଥାଏ। 

ରିଟାୟରମେଣ୍ଟ ପ୍ଲାନ ମଧ୍ୟ  ୨୦୧୮ରୁ ଲାଗୁ ହୋଇଛି।  ୬୫ ବର୍ଷ ବୟସରେ  ପୂଜାରୀ ରିଟାୟର ହୋଇଯାଇଥାନ୍ତି। ଏବଂ ଟିଟିଡି ପୂଜାରୀ ଏବଂ ତାଙ୍କ ପରିବାରକୁ ଭିଆଇପି ପାସ୍‌ର ମିଳିଥାଏ। ପ୍ରତ୍ୟେକ ପୂଜାରୀ   ଦର୍ଶନ କରିବା ପାଇଁ ଦୁଇଟି ଭିଆଇପି  ପାସ୍‌ର ଲାଭ ଉଠାଇପାରିବେ। ଏହାଦ୍ୱାରା ସେମାନେ ଆରାମଦାୟକ ଭାବେ  ପରିବାର ସଦସ୍ୟଙ୍କ ସହ ଦର୍ଶନ କରିପାରିଥାନ୍ତି। ସେଥିପାଇଁ ୪ ପୂଜାରୀ ପରିବାକୁ ତିରୁପତିଙ୍କ ସବୁଠାରୁ ପାଓ୍ୱାରଫୁଲ୍‌ ଫ୍ୟାମିଲ ବୋଲି କୁହାଯାଇଥାଏ।