ଟ୍ରମ୍ପଙ୍କ ବିଜୟ ପରେ ବିବାହ ଓ ଶାରୀରିକ ସମ୍ପର୍କ ନ କରିବାକୁ ଶପଥ ନେଲେ ଲକ୍ଷାଧିକ ମହିଳା, କାରଣ ଜାଣି ହେବେ ତାଜୁବ୍
ଟ୍ରମ୍ପଙ୍କ ବିଜୟ ଏବେ ଆମେରିକାର କିଛି ମହିଳାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ତେଣୁ ଏହି ବିଜୟ ପରେ କିଛି ମହିଳା କ୍ରୋଧାନ୍ୱିତ ହେବା ସହ ସେମାନେ ବିବାହ କି ସେକ୍ସ କରିବେନି ବୋଲି ଶପଥ ନେଇଛନ୍ତି । ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଲକ୍ଷ ଲକ୍ଷ ଆମେରିକୀୟ ମହିଳାଙ୍କୁ ତାହା ଆଘାତ ଦେଇଛି । ସେମାନେ ଏହାକୁ ପୁରୁଷ ପ୍ରଧାନ ମାନସିକତାର ପ୍ରତୀକ ଭାବେ ଗ୍ରହଣ କରିବା ସହ ସେଥିରେ ଏବେ ‘୪ବି ମୁଭମେଣ୍ଟ’ସାମିଲ ହୋଇଥିବା ଜଣାପଡ଼ିଛି ।
ଅନେକ ମହିଳା ସୋସିଆଲ ମିଡ଼ିଆରେ ଏନେଇ ଆନ୍ଦୋଳନ ମଧ୍ୟ କରୁଥିବା ଦେଖାଯାଇଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିବା ମହିଳାମାନେ ସମ୍ପର୍କ, ସେକ୍ସ, ବିବାହ ଓ ଛୁଆ ଜନ୍ମ କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି । ବିରୋଧ ପ୍ରକଟ କରିବା ଓ ନିଜର ଅଧିକାର ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ ସେମାନେ ଏହି ନିଆରା ତରିକାକୁ ଆପଣାଇଛନ୍ତି । ୪ବି ମୁଭମେଣ୍ଟର ଶୁଭାରମ୍ଭ ଦକ୍ଷିଣ କୋରିଆରେ ହୋଇଥିଲା ।
ସେଠାରେ ମହିଳାମାନେ ପିତୃସତ୍ତାତ୍ମକ ବ୍ୟବସ୍ଥା ଓ ପୁରୁଷଙ୍କ ଦବଦବା ଥିବା ସମାଜ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଥିଲେ । ‘୪ବି’ କୋରିଆନ୍ ଶବ୍ଦ ‘ବି’ରୁ ଏହି ଆନ୍ଦୋଳନର ନାମକରଣ କରାଯାଇଛି । ଏହାର ଅର୍ଥ ହେଉଛି ‘ନୁହେଁ’ । ଏହି ଆନ୍ଦୋଳନର ଅର୍ଥ ହେଉଛି ଛୁଆ ଜନ୍ମ ନ କରିବା, ବିବାହ ନ କରିବା, ଡେଟିଂ ନ କରିବା ଓ ସେକ୍ସନ ନ କରିବା। ଦକ୍ଷିଣ କୋରିଆରେ ୪ବି ଆନ୍ଦୋଳନ ମହିଳା ବିରୋଧୀ ହିଂସା, ଲୈଙ୍ଗିକ ଅସମାନତା।
ଏବଂ ରୁଢ଼ିବାଦୀ ସାମାଜିକ ମାନ୍ୟତା ବିରୋଧରେ ସୃଷ୍ଟି ହୋଇଥିଲା। କେଶକୁ ଛୋଟ ରଖିବା, ସାଧା କପଡ଼ା ପିନ୍ଧିବା ଓ ସଜବାଜ ନହେବା ସେହି ଆନ୍ଦୋଳନର ଏକ ଅଂଶ ଥିଲା । ମହିଳାମାନେ ନିଜର ସ୍ୱାଧିନତାକୁ ନେଇ କୌଣସି ବୁଝାମଣା କରିବେ ନାହିଁ ବୋଲି ପୁରୁଷ ପ୍ରଧାନ ସମାଜକୁ ସେମାନେ ଏକ ସ୍ପଷ୍ଟ ସନ୍ଦେଶ ଦେଇଥିଲେ । ଏବେ ଟ୍ରମ୍ପଙ୍କ ବିଜୟ ପରେ ଆମେରିକୀୟ ମହିଳାମାନେ ଦକ୍ଷିଣ କୋରିଆର ଆନ୍ଦୋଳନରେ ପ୍ରେରିତ ହୋଇ ତାହାପ୍ରତି ଆକର୍ଷିତ ହେଉଛନ୍ତି ।