ଜୋସ୍‌ରେ ଉଡିଗଲା ହୋସ୍‌, ସମ୍ବନ୍ଧ ବେଳେ ପ୍ରେମିକର ଯୋୖନାଙ୍ଗ ହେଇଗଲା ଫ୍ରାକ୍‌ଚର, ଆଉ ତାପରେ...

 

ଅଧିକ ଉତ୍ତେଜିତ ହୋଇ ସେକ୍ସ କରିବା ପଡ଼ିଲା ମହଙ୍ଗା। ଯୁବକଙ୍କ ପ୍ରାଇଭେଟ ପାର୍ଟ ହୋଇଗଲା ଫ୍ରାକଚର୍ ଏମିତିକି ଏଥିପାଇଁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ବ୍ରିଟେନ୍ ଠାରେ ଏକ ପ୍ରେମୀଯୁଗଳ ସେକ୍ସ କରୁଥିବା ବେଳେ ପ୍ରେମିକ ଜଣକ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ, ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାଇ ମେକ୍‌ଅପ୍‌ ଆର୍ଟିଷ୍ଟ ଇଜାବେଲ ବୁଲ୍କ(୨୫) ଓ ତାଙ୍କ ବୟଫ୍ରେଣ୍ଡ୍‌ ରବ୍‌ ଏଣ୍ଡ୍ର୍ୟୁ(୩୨) ଗତ କିଛି ଦିନ ତଳେ ସେମାନଙ୍କର ତୃତୀୟ ପ୍ରେମ ବାର୍ଷିକୀ ପାଳନ କରିଥିଲେ। ଏଥିପାଇଁ ସେମାନେ ସହରଠାରୁ ଦୂରରେ ଏକ ରୁମ୍ ବୁକ୍ କରିଥିଲେ ଏବଂ ସେଠାରେ ସଲିବ୍ରେଟ କରିଥିଲେ। ତେବେ, ସେଠାରେ ପହଞ୍ଚିବା ପରେ ଉଭୟେ ମାତ୍ରାଧିକ ମଦ୍ୟପାନ କରିଥିବା ଜଣାପଡ଼ିଛି।

ମଦ ପିଇବା ପରେ ରବ୍ ଏକାଧିକ ଯୌନ ଉଦ୍ଦୀପକ ଟ୍ୟାବଲେଟ୍ ମଧ୍ୟ ଖାଇଥିଲେ। ଏହାପରେ ସେମାନେ ସେକ୍ସ କରିବାକୁ ଲାଗିଥିଲେ। କିନ୍ତୁ, ଏହାରି ଭିତରେ ରବଙ୍କର ପ୍ରାଇଭେଟ ପାର୍ଟ ଉପରେ ଅଧିକ ଚାପ ପଡିବା ହେତୁ ଏହା ଫ୍ରାକଚର୍ ହୋଇଯାଇଥିଲା। ଯୌନାଙ୍ଗରେ କୌଣସି ହାଡ଼ ନଥିଲେ ହେଁ ଏହା ଶକ୍ତ ଥିବା ସମୟରେ ଅଧିକ ଚାପ ପଡିଲେ ରକ୍ତ କୋଶିକା ଗୁଡିକ ଫାଟି ଯାଇଥାଏ ବୋଲି ଡାକ୍ତର କହିଛନ୍ତି। ତେବେ, ଅସ୍ତ୍ରୋପଚାର ପରେ ରବ୍ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।