ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ!! ସାମାନ୍ୟ ଗୁଡ଼ି ମାଞ୍ଜା ପାଇଁ ଚାଲିଗଲା ନବବିବାହିତଙ୍କ ଜୀବନ, ପୂରା ଘଟଣା ଜାଣି ହେବେ ଦୁଃଖିତ

 

ଜୀବନ ନେଇଗଲା ମାଞ୍ଜା ସୂତା। ନୂଆ ନୂଆ ବାହା ହୋଇଥିଲେ ସଂସାର ଗଢିବାକୁ ଅନେକ ସ୍ୱପ୍ନ ଦେଖିଥିଲେ ହେଁ ଏହି ଦମ୍ପତ୍ତିଙ୍କ ପାଇଁ ସବୁ ସ୍ୱପ୍ନ ଅଧାରେ ରହିଗଲା। ସାମାନ୍ୟ ଏକ ଗୁଡିର ସୂତା ନେଇଗଲା ଯୁବକଙ୍କ ଜୀବନ। କଟକ ସହର ସ୍ଥିତ ଜଗତପୁର ପିରବଜ଼ାର ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମୃତ ଯୁବକ ଜୟନ୍ତ ସାମଲ ଓ ତାଙ୍କ ଘର କଟକ ଭୟରପୁର ଠାରେ ବୋଲି ଜଣାପଡ଼ିଛି। ଜୟନ୍ତ ଗତକାଲି ଅପରାହ୍ନ ୪ ଟା ବେଳେ ତାଙ୍କ ସ୍ତ୍ରୀଙ୍କୁ ନେଇ ସେ ଶ୍ୱଶୁର ଘରକୁ ଯାଉଥିଲେ। ଜୟନ୍ତ ପୀର ବଜ଼ାର ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଏକ ଗୁଡ଼ି ମାଞ୍ଜା ତାଙ୍କ ବେକରେ ଲାଗି ଯାଇଥିଲା। ମାଞ୍ଜାଟି ଏତେ ଶକ୍ତ ଥିଲା ଯେ ଘଟଣାସ୍ଥଳରେ ହିଁ ଜୟନ୍ତଙ୍କର ବେକ କଟିଯାଇଥିଲା।

ଏହି ଦୁର୍ଘଟଣା ଘଟିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ନିଆ ଯାଇଥିଲା। କିନ୍ତୁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିନେଇ ଜୟନ୍ତଙ୍କ ପରିବାର ତରଫରୁ ଜଗତପୁର ଥାନାରେ ଏତଲା ଦିଆଯାଇଛି। ଜୟନ୍ତ ମାତ୍ର ୬ ମାସ ପୂର୍ବରୁ ବିବାହ କରିଥିବା ବେଳେ ଏହି ଦୁର୍ଘଟଣାକୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି। ଅନ୍ୟପକ୍ଷରେ ବେଆଇନ ଗୁଡ଼ି ମାଞ୍ଜା ବିକ୍ରି କରୁଥିବା ଏବଂ ବ୍ୟବହାର କରୁଥିବା ଲୋକଙ୍କ ଉପରେ ପୋଲିସ ଚଢ଼ାଉ ଜାରି ରଖିଛି।