ଅଜଣା ଯୁବକଙ୍କ ସହିତ ରାତି ବିତାଇବା ସାଜିଲା ବରଦାନ: ଝିଅକୁ ଜନ୍ମ ଦେଲେ ୨୮ ବର୍ଷୀୟ ଯୁବକ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ଯୁବକଙ୍କ ଗର୍ଭରୁ ଜନ୍ମ ହେଲା ଶିଶୁକନ୍ୟା, କଥାଟି ଶୁଣିବାକୁ ଅଜବ୍ ଲାଗୁଥିଲେ ହେଁ ଆମେରିକାରେ ରହୁଥିବା ଆଶ ପ୍ୟାଟ୍ରିକ୍ ସ୍କେଡ୍ ନାମକ ଯୁବକ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ପ୍ୟାଟ୍ରିକ୍ ୨୦୨୦ ମସିହାରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ, ଏପରି ଏକ ଘଟଣା ବିଷୟରେ ଜାଣିବା ପରେ କେବଳ ସ୍ଥାନୀୟ ଲୋକେ ନୁହେଁ ବରଂ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ମିଳିଥିବା ସୂଚନା ଅନୁଯାଇ ୱେଷ୍ଟ ଭର୍ଜିନିଆର ୨୮ ବର୍ଷୀୟ ଯୁବକ ଆଶ ପ୍ୟାଟ୍ରିକ୍ ସ୍କେଡ୍ ନିଜକୁ ପୁରୁଷ କରିବାକୁ ଚାହୁଁଥିଲେ। ତେଣୁ, ସେ ଡାକ୍ତରମାନଙ୍କ ସାହାଯ୍ୟରେ ଇଷ୍ଟ୍ରୋଜେନ ଲେଭେଲ କମ କରିବା ସହିତ ଟେଷ୍ଟୋଷ୍ଟେରନ ସ୍ଥର ବଢାଇବା ପାଇଁ ଚିକିତ୍ସା ଜାରି ରଖିଥିଲେ। କିନ୍ତୁ, ଏହାରି ଭିତରେ ଡେଟିଂ ସାଇଟରେ ସେ ଜଣେ ଯୁବକଙ୍କ ସହିତ ଦେଖା ହୋଇଥିଲେ ଯାହାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ସେ ଗର୍ଭବତୀ ହୋଇଥିଲେ।

ଗର୍ଭବତୀ ହୋଇଥିବା ଜାଣିବା ପରେ ସେ ନିଜର ସନ୍ତାନକୁ ଜନ୍ମ ଦେବେ ବୋଲି ସ୍ଥିର କରିଥିଲେ। ଏଥିପାଇଁ, ଆଶ ପ୍ୟାଟ୍ରିକ୍ ହର୍ମୋନାଲ ଚିକିତ୍ସା ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଲକଡାଉନ ସମୟରେ ସେ ତାଙ୍କର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ସେ ଗର୍ଭଧାରଣକୁ ନେଇ ବେସ୍ ଖୁସିଥିବା କହିଛନ୍ତି। ଅନ୍ୟପକ୍ଷରେ ଡାକ୍ତର ଏବଂ ବିଶେଷଜ୍ଞମାନେ ଏହି ଘଟଣାକୁ ଏକ ମେଡିକାଲ ମିରାକେଲ ବୋଲି କହିଛନ୍ତି।