ଅଜବ ମାମଲା! ସ୍ତ୍ରୀ ଗାଧୋଉନି ଗନ୍ଧରେ ମୁଁ ତା ସହ ରହିପାରିବିନି କହି ଛାଡ଼ପତ୍ର ଦେଲେ ସ୍ୱାମୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ପରିବାରରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହେବା ଏକ ସାଧାରଣ କଥା ଅଟେ। କିନ୍ତୁ, ଜଣେ ଦମ୍ପତ୍ତିଙ୍କ ମଧ୍ୟରେ ଏପରି ଏକ କାରଣ ହେତୁ ବିବାହ ବିଚ୍ଛେଦ ହେବାକୁ ଯାଉଛି ଯାହା ବିଷୟରେ ଜାଣିଲେ ଯେ କେହି ବି ତାଯୁବ ହେବା ନିଶ୍ଚିତ ଅଟେ। ଏହି ଘଟଣାରେ ମହିଳା ଜଣକ ଗାଧଉ ନଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଉତ୍ତରପ୍ରଦେଶର ଆଲିଗଡ଼ରୁ ଏହିଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଘଟଣା ମୁତାବକ ୨ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲା। ପ୍ରଥମେ ସେମାନଙ୍କ ଭିତରେ ସବୁକିଛି ଠିକ ଠାକ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ଭିତରେ ମତାନ୍ତର ସୃଷ୍ଟି ହୋଇଥିଲା। ଖାସ୍, କରି ଉଭୟଙ୍କ ଜୀବନଶୈଳୀ ସହିତ ସେମାନେ ଖାପ ଖୁଆଇ ପାରିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। 

ଧୀରେ ଧୀରେ ମତାନ୍ତର ବଢିବାରୁ ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ବିବାଦ ଯାଇ ପୋଲିସ ଓ ମହିଳା ସୁରକ୍ଷା ସେଲ୍‌ ନିକଟରେ ପହଞ୍ଚିଥିଲା। ସଂପର୍କ ନଭାଙ୍ଗିବାକୁ କାଉନସିଲର ବହୁ ଚେଷ୍ଟା କରିଥିଲେ ହେଁ ସେମାନେ ଏଥିରେ ରାଜି ହୋଇନଥିଲେ। ଏପରିକି ତାଙ୍କ ସ୍ତ୍ରୀ ବିଲକୁଲ୍ ଗାଧାଉ ନଥିବା ଏବଂ ତାଙ୍କ ଦେହ ଗନ୍ଧ ହେଉଥିବାରୁ ସେ ଛାଡ଼ପତ୍ର ଦେଉଛନ୍ତି ବୋଲି ବ୍ୟକ୍ତି ଜଣକ ଯୁକ୍ତି ବାଢ଼ିଥିଲେ।