ଶାଶୂକୁ ନେଇ ଜ୍ୱାଇଁ ଫେରାର! ସ୍ୱାମୀକୁ ଖୋଜି ଆଣିବା ପାଇଁ ପୋଲିସର ଦ୍ୱାରସ୍ତ ହେଲା ସ୍ତ୍ରୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ବିବାହର ୫ ବର୍ଷ ପରେ ପ୍ରେମରେ ପଡିଗଲେ ଏହି ବ୍ୟକ୍ତି। ତାହା ପୁଣି ଅନ୍ୟ କେଉଁ ଝିଅ କିମ୍ବା ମହିଳାଙ୍କ ସହ ନୁହେଁ ବରଂ ନିଜ ଶାଶୂ ସହିତ ଫେରାର ହୋଇଯାଇଛନ୍ତି ଏହି ବିବାହିତ ବ୍ୟକ୍ତି। ଘଟଣାଟି କଲିକତାରେ ଘଟିଥିବା ବେଳେ ଏହା ସମ୍ପୃକ୍ତ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି କରିଛି। ଏତଲା ପାଇବା ପରେ ପୋଲିସ ଏହି ପ୍ରେମୀ ଯୁଗଳଙ୍କୁ ଖୋଜିବାରେ ଲାଗି ପଡ଼ିଛି।

ମିଳିଥିବା ସୂଚନା ଅନୁଯାଇ ଫେରାର ହୋଇଥିବା ଯୁବକଙ୍କ ନାମ କୃଷ୍ଣ ଗୋପାଳ ଦାସ ଅଟେ ଏବଂ ସେ ହାଓଡାର ଲିଲୁଆରେ ରୁହନ୍ତି। ୫ ବର୍ଷ ପୂର୍ବେ ଅର୍ଥାତ ୨୦୧୭ ମସିହାରେ ଉକ୍ତ ଅଞ୍ଚଳର ବାବୁଲା ଦାସଙ୍କ ଝିଅ ପ୍ରିୟଙ୍କାକୁ ସେ ବିବାହ କରିଥିଲେ। ନିଜ ଶ୍ୱଶୁର ଘରେ ହିଁ ରହୁଥିବା ଗୋପାଳ ଶାଶୂ ସେଫାଳିଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତେଣୁ ଗତ ଶନିବାର ଦିନ ଶାଶୂ-ଜ୍ୱାଇଁ ଫେରାର ହୋଇଯାଇଥିବା ସହ ଉଭୟେ ବାହା ହୋଇଯାଇଥିବା ଜାଣିବାକୁ ମିଳିଛି।

ଏଥିନେଇ ପ୍ରିୟଙ୍କାଙ୍କ ତରଫରୁ ଲିଲୁଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। କେବଳ ଏତିକି ନୁହେଁ ବିବାହ ପରଠାରୁ ଗୋପାଳ ତାଙ୍କୁ ମାରଧର କରୁଥିବା ନେଇ ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ଗୋପାଳ ଏବଂ ସେଫାଳିଙ୍କୁ ଖୋଜିବାରେ ଲାଗିପଡ଼ିଛି। ଅନ୍ୟଏକ ଘଟଣାକ୍ରମରେ ବାଲିସ୍ଥିତ ଆନନ୍ଦନଗରର ଅନନ୍ୟା କର୍ମକାର ଏବଂ ରିୟା କର୍ମକାର ନାମକ ଦୁଇଜଣ ମହିଳା ଦୁଇଜଣ ରଙ୍ଗମିସ୍ତ୍ରୀଙ୍କ ସହ ଫେରାର ହୋଇଯାଇଥିବା ଜଣାପଡ଼ିଛି।