ଗ୍ୟାଙ୍ଗଷ୍ଟାର ଅତିକ୍ ହତ୍ୟାକାଣ୍ଡକୁ ବିରୋଧ କରିଲେ ଦିଦି! ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଯୋଗୀଙ୍କୁ ଏମିତି କହିଲେ ମମତା

 

ପୋଲିସ ଉପସ୍ଥିତିରେ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦ ଏବଂ ତାର ଭାଇକୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି। ଏହି ଖବର ସାରା ଦେଶରେ ନିଆଁ ଭଳି ବ୍ୟାପି ଯାଇଥିବା ବେଳେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ତେବେ, ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

 ମମତାଙ୍କ କହିବା ଅନୁଯାଇ ଉତ୍ତରପ୍ରଦେଶରେ ଅରାଜକତା ଏବଂ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି। ପୋଲିସ ଏବଂ ଗଣମାଧ୍ୟମ ଉପସ୍ଥିତିରେ ଯେଉଁଭଳି ଭାବରେ ଅପରାଧୀମାନେ ଏକ ବିଚାରଧିନ କଏଦୀକୁ ହତ୍ୟା କରିଛନ୍ତି ସେପରି ବେଆଇନ କାର୍ଯ୍ୟର ଆମ ସାମ୍ବିଧାନିକ ଗଣତନ୍ତ୍ରରେ ସ୍ଥାନ ନାହିଁ ବୋଲି ମମତା କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ପୋଲିସର ହେପାଜତରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରାଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଘଟଣାର ଗୋଟିଏ ଦିନ ପୂର୍ବରୁ ଅତିକର ପୁଅଙ୍କୁ ମଧ୍ୟ ୟୁପି ପୋଲିସ ଏନକାଉଣ୍ଟର କରି ହତ୍ୟା କରିଥିଲା।