ନିଜ ମାଆ ସହ ଝିଅ କଣ ଏମିତି ବି କରିପାରେ...କାରଣ ଝିଅ କରିଛି ଏଭଳି କିଛି ଯାହା ସମସ୍ତଙ୍କୁ କରିଦେଇଛି ସ୍ତବ୍ଧ

 

ମାଆଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲେ ଝିଅ ! କେହି ଜାଣିଦେବେ ବୋଲି ନିଜ ସହିତ ମାଆଙ୍କୁ ଘରେ ବନ୍ଦ କରି ଦେଇଥିଲା ଝିଅ । ଆଜ୍ଞା ହଁ , ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମଝିପାଳ ଗାଆଁରେ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମଝିପାଳ ଗାଆଁରେ ସ୍ବର୍ଗତ ବିଭୂତି ଭୂଷଣ ଦାସଙ୍କ ସ୍ତ୍ରୀ ଦୂର୍ଗାବତି ଦାସ ଓ ତାଙ୍କ ଝିଅ ଆଶାବତୀ ଦାସ ସାଙ୍ଗ ହୋଇ ରହୁଥିଲେ । ଆଶାବତୀ ବିବାହିତ ଥିଲେ ମଧ୍ୟ ତାଙ୍କର ମାନସିକ ସ୍ଥିତି ଠିକ୍ ନ ଥିବାରୁ ୨୦୦୭ ମସିହାରେ ଶାଶୁଘର ଆସିଥିଲେ ଆଶାବତୀ । 

<a href=https://youtube.com/embed/5ytPFq85QIQ?autoplay=1&mute=1><img src=https://img.youtube.com/vi/5ytPFq85QIQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସେହି ଦିନ ଠାରୁ ଦୁହେଁ ସାଙ୍ଗ ହୋଇ ରହୁଥିଲେ । କିଛି ଦିନ ଧରି ଦୂର୍ଗାବତିଙ୍କ ଅନ୍ୟ ପୁଅ ଓ ଝିଅ ମାନେ ତାଙ୍କ ସହ କଥା ହେବାକୁ ଚାହୁଁ ଥିଲେ ମଧ୍ୟ କିଛି ନା କିଛି କହି ମନା କରି ଦେଉଥିଲେ ଆଶାବତୀ । 

ଯେଉଁଥି ପାଇଁ ସେମାନଙ୍କର ସନ୍ଦେହ ବଢିଥିଲା । ସେମାନେ ମାଆକୁ ଦେଖିବା ପାଇଁ ଘରେ ପହଞ୍ଚିବା ବେଳେ ଦେଖିଥିଲେ ମାଆର ଶବ । ଯାହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।