ଦେଖନ୍ତୁ ଭିଡିଓ: ସାମ୍ନାକୁ ଆସିଲା ପ୍ରଜ୍ଞାନ ରୋଭର୍ ଚନ୍ଦ୍ରରେ ବୁଲୁଥିବାର ପ୍ରଥମ ଦୃଶ୍ୟ, ଏମିତି ଚନ୍ଦ୍ରରେ ଲେଖୁଛି ଭାରତର ନାଁ 

 

ଏବେ ସମସ୍ତଙ୍କ ନଜର ରହିଛି ରୋଭର ପ୍ରଜ୍ଞାନ ଉପରେ। ପ୍ରଜ୍ଞାନ ମଧ୍ୟ ବେଶ୍ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛି ISRO କୁ। ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟାନ୍ - ୩ ବୁଧବାର ଦିନ ୬.୦୪ ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରି ଦେଶକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ଏବଂ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିବା ପ୍ରଥମ ଦେଶ ଭାରତ ସୃଷ୍ଟି କରିଛି ଉଦାହରଣ।ତେବେ ଆସନ୍ତୁ ଜାଣିବା କିଭଳି ଥିଲା ଏହି ଚନ୍ଦ୍ରଯାନ - ୩ର ଯାତ୍ରା। କିପରି ISRO ର ବୈଜ୍ଞାନିକ ମାନେ ଦିନ ରାତି ଏକକାର କରି କରୁଥିଲେ କାମ।

ଚନ୍ଦ୍ରଯାନ-୩ ମିଶନର ରୋଭର 'ପ୍ରଜ୍ଞାନ' ଚନ୍ଦ୍ର ପୃଷ୍ଠରେ ସଫଳତାର ଚାଲିବା ସହ ୮ ମିଟର ଦୂରତା ଅତିକ୍ରମ କରିଛି ଏବଂ ଏହାର ସମସ୍ତ ପେଲୋଡ୍ ଠିକ୍ ଭାବରେ କାର୍ଯ୍ୟ କରୁଛି। ରୋଭର ପ୍ରାୟ ୮ ମିଟର ଦୂରତାକୁ ସଫଳତାର ସହ ଅତିକ୍ରମ କରିଛି। ରୋଭର ପେଲୋଡ୍ ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପି (ଏଲ୍ଆଇବିଏସ୍) ଏବଂ ଆଲ୍ଫା କଣିକା ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏପିଏକ୍ସଏସ୍) କାର୍ଯ୍ୟକ୍ଷମ ରହିଛି। ରୋଭରରେ ଥିବା ପ୍ରୋପଲସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଏବଂ ସମସ୍ତ ପେଲୋଡ୍ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି।'

ପ୍ରଜ୍ଞାନ ରୋଭର ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ରହି ଗବେଷଣା ପାଇଁ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରିବ । ସେହିପରି ବିକ୍ରମ ଲାଣ୍ଡର ମଧ୍ୟ କେତେକ ତଥ୍ୟ ସଂଗ୍ରହ କରିବ । ପାଖାପାଖି ୩୦ ସେକେଣ୍ଡ୍‌ର ଏହି ଭିଡିଓରେ ପ୍ରଜ୍ଞାନ କିଭଳି ଭାବେ ଚନ୍ଦ୍ରଯାନର ଲ୍ୟାଣ୍ଡରରୁ ବାହାରୁଛି, ତାହା ଦେଖିବାକୁ ମିଳୁଛି। ଯେମିତି ଏହା ଲ୍ୟାଣ୍ଡରରୁ ବାହାରି ଚାଲିବାକୁ ଲାଗୁଛି, ଏହା ସହିତ ଏହାର ଛାଇ ମଧ୍ୟ ଚାଲିବାକୁ ଲାଗୁଛି। ଓ ଏହାର ଚକାରେ ଥିବା ଭାରତର ଲୋଗୋ ମଧ୍ୟ ଚନ୍ଦ୍ରରେ ଲେଖିହେଇ ଯାଉଛି।