ଆତ୍ମହତ୍ୟା କଲେ ମହିଳା ବ୍ୟାଙ୍କ ମ୍ୟାନେଜର୍, ସୁଇସାଇଡ ନୋଟରେ ଲେଖିଛନ୍ତି ଏହି IPS ଅଧିକାରୀଙ୍କ ନାମ, ଜାଣନ୍ତୁ ପୂରା ଘଟଣା

 

ବ୍ୟାଙ୍କରେ ଭଲ ଚାକିରୀ କରିଥିଲେ, ନିଜ ପରିଶ୍ରମ ଏବଂ ଇଚ୍ଛାଶକ୍ତି ପାଇଁ ସଫଳତାର ପାହାଚ ଚଢ଼ି ଚାଲୁଥିବା ବେଳେ ହଠାତ କଣ ପାଇଁ ଆତ୍ମହତ୍ୟା କରିଲେ ଶ୍ରଦ୍ଧା। ଉତ୍ତରପ୍ରଦେଶର ସହନଗଂଜ ଠାରେ ଜଣେ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ପୋଲିସ ଶ୍ରଦ୍ଧାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆତ୍ମହତ୍ୟା ମାମଲାରେ ଜଣେ ଆଇପିଏସ୍ ଅଫିସରଙ୍କ ନାମ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ଜବତ ହୋଇଥିବା ସୁଇସାଇଡ଼ ନୋଟରେ ଆଇପିଏସ୍ ଅଧିକାରୀଙ୍କ ସମେତ ଜଣେ କନଷ୍ଟେବଳ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ଶ୍ରଦ୍ଧା ଉଲ୍ଲେଖ କରିଛନ୍ତି। ତେବେ, ଆଇପିଏସ୍ ଅଧିକାରୀ ଜଣକ ପୂର୍ବତନ ଅଯୋଧ୍ୟା ଏସଏସପି ଆଶିଷ ତିୱାରୀ ବୋଲି ଜଣାପଡ଼ିଛି। ସେହିପରି ବିବେକ ଗୁପ୍ତା ଏବଂ ଅନିଲ ରାୱତ୍ ଅନ୍ୟ ଦୁଇଜଣ ଅଭିଯୁକ୍ତ ବୋଲି ଜଣାଯାଇଛି।

ଶ୍ରଦ୍ଧାଙ୍କ ବାପା ରାଜକୁମାର ଗୁପ୍ତା କରିଥିବା ଅଭିଯୋଗ ଅନୁଯାଇ ଶ୍ରଦ୍ଧା ନିଜ ଜୀବନରେ ବହୁତ ଖୁସି ଥିଲେ। କିଛିଦିନ ତଳେ ତାଙ୍କର ବିବେକ ଗୁପ୍ତାଙ୍କ ସହିତ ବିବାହ ସ୍ଥିର ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ଭାଙ୍ଗି ଯାଇଥିଲା। ଏହି କାରଣରୁ ଶ୍ରଦ୍ଧା ମାନସିକ ଅବସାଦ ଦେଇ ଗତି କରୁଥିଲେ। ଘଟଣା ଦିନ ସକାଳୁ ବହୁତ ଥର କବାଟ ବାଡେଇବା ପରେ ମଧ୍ୟ ସେ କୌଣସି ଉତ୍ତର ନ ଦେବାରୁ ଘର ଲୋକେ ପୋଲିସକୁ ଡକାଇଥିଲେ। ପରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି।