ଏମିତି ଏକ ମାର୍କେଟ ଯେଉଁଠି ସାମଗ୍ରୀ ନୁହେଁ ବରଂ ଲୋକେ ନିଜ ପସନ୍ଦର କନ୍ୟାକୁ କିଣିବାକୁ ଆସନ୍ତି, ଜାଣନ୍ତୁ ପୁରା ଖବର

 

ବଜାର ସହିତ ଆମେ ପୁରା ପୁରି ଜଡ଼ିତ। ଆମର ନିତିଦିନିଆ ଆବଶ୍ୟକତା କୁ ପୁରଣ କରିଥାଏ ବଜାର। କିଛି ବଜାରରେ ଆମକୁ ବିଭିନ୍ନ ଜିନିଷ ଏକ ସାଙ୍ଗରେ ମିଳୁଥିବା ବେଳେ ଆଉ କିଛି ବଜାରରେ କେବଳ କେତେକ ନିର୍ଦ୍ଧିଷ୍ଟ ଜିନିଷ ହିଁ ମିଳିଥାଏ। ଯେପରିକି ମାଛ ବଜାର, ପାରିବା ବଜାର ଇତ୍ୟାଦି। ହେଲେ ଆମେ ଆଜି ଆପଣଙ୍କୁ ଏଭଳି ଏକ ବଜାର ବିଷୟରେ କହିବାକୁ ଯାଉଛି ଯାହା ଆପଣଙ୍କୁ ମିଛ ଭଳି ଲାଗୁଥିଲେ ମଧ୍ୟ ପୁରା ପୁରି ସତ୍ୟ। ଆଜ୍ଞା ହଁ ଆମେ ଯଦି ଆପଣଙ୍କୁ କହୁ ଏକ କନିଆ ବଜାର ଅଛି। ଯେଉଁଠିକି କେବଳ ଝିଅ ମିଳନ୍ତି। କଣ ଆପଣା ବିଶ୍ଵାସ କରିବେ। ଆମେ ଜାଣିଛୁ ଏହା ଶୁଣି ଆପଣଙ୍କ ମନରେ ଅନେକ ପ୍ରଶ୍ନ  ଉଠିବନି। ଏପରି ପ୍ରଶ୍ନ ମଧ୍ୟ ସ୍ବଭାବିକ।

ବର୍ତ୍ତମାନ ସମୟରେ ଗୋଟିଏ ଉପଯୁକ୍ତ ବାର କି କନିଆ ଖୋଜି ବିଭାଘର କରାଇବ କାଢ଼ିଘର ପାଢ଼ କଥା। ହେଲେ ଆମେ ଆପଙ୍କୁ ଏଭଳି ଏକ ସ୍ଥାନର ନାମ କହିବା ଯାଉଛୁ ଯେଉଁଠି ଆପଣଙ୍କୁ କନିଆ ଖୋଜିବାକୁ ପଡ଼ିବନି ଆପଣା ବଜାର ଯାଇ ନିଜ ମନ ପସନ୍ଦ ରେ କିଣି ଆଣି ପାରିବେ। ସ୍ଥାନ ଟି ର ନାମ ହେଉଛି ବୁଲଗେରିଆ। ଏହା ସେଠାରେ ଲୁଚା ଚୋରାରେ ହୁଏନି ବରଂ ଖୁଲମ୍ ଖୁଲା ହୋଇଥାଏ। କାରଣ ଏହା ସେଠାରେ ଆଇନ୍ ସମ୍ମତ। ଆପଣ ମାନେ ଭାବୁଥିବେ ଯୁଗ ଏତେ ଉନ୍ନତି କଲା ପରେ ମଧ୍ୟ ଏପରି କାର୍ଯ୍ୟ ଏବେବି ଚାଲିଛି। ମାତ୍ର ଘଟଣାଟି ଏଠି ଟିକେ ନିଆରା।

ବୁଲଗେରିଆ ର ସ୍ତାରାଜଗୋର୍ ନାମକ ଏକ ସ୍ଥାନରେ ଏ ପରି ହୋଇଥାଏ। ସେଠାରେ ଯେଉ ଲୋକ ମାନେ ଗରିବ ବିଭାଘର ଖର୍ଚ୍ଚ କରିବା ତାଙ୍କ ପାଖେ ସମ୍ଭବ ନୁହେଁ ସେହି ଲୋକ ମାନେ ନିଜ ଘର ଝିଅ ମାନଙ୍କୁ ଏହି ବଜାରରେ ବିକ୍ରି କରନ୍ତି। ସାଧାରଣତଃ କଲାଇଦ୍ଜି ସମ୍ପ୍ରଦାୟ ର ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଏହା ଆଜି କାଳି ନୁହେଁ ବହୁ ଆଗରୁ ଚାଳି ଆସିଛି ସେଠାରେ। ସେ ଠାରେ ଝିଅ ମାନଙ୍କ ମୂଲ୍ୟ ମଧ୍ୟ ଅଲଗା ଅଲଗା ରହିଥାଏ। ଆଗରୁ କୌଣସି ପୁରୁଷ ସହ ସମ୍ପର୍କ ରଖିନଥିବ ଝିଅଙ୍କ ମୂଲ୍ୟ ଅଧିକ ରହିଥାଏ ବଜାରରେ। ଉକ୍ତ ସମ୍ପ୍ରଦାୟର ଲୋକହିଁ କେବଳ ସେଠାରୁ ଝିଅ କିଣି ପାରିବେ।

ଏଥି ପାଇଁ ସେଠାକାର ସରକାରଙ୍କ ର ମଧ୍ୟ ଅନେକ ନିୟମ ରହିଛି।ବଜାରରୁ କିଣି ଆଣି ଥିବା ଝିଆକୁ ପତ୍ନୀ ଭାବେ ଗ୍ରହଣ କରିବା ବାଧ୍ୟ ତା ମୂଳକ। ଏବଂ ଅନ୍ୟ ନିୟମ ସବୁ ମଧ୍ୟ ମାନିବାକୁ ପଡେ। ଏଥି ପାଇଁ ସେଠାକାର ଗରିବ ଲୋକ ମାନେ ବହୁତ ଉପକୃତ ମଧ୍ୟ ହେଉଛନ୍ତି।