ଗୋଟିଲେ ମେଡାଲ୍ ଜିତିଲେ ଏତିକି କୋଟି! ଅଲମ୍ପିକ୍ସରେ ମେଡାଲ୍ ଜିତିଲେ ମିଳେ ବଡ଼ ପ୍ରାଇଜ୍, ଜାଣନ୍ତୁ କେତେ କୋଉ ମେଡାଲ୍ ପାଇଁ

 

ଆରମ୍ଭ ହୋଇ ଯାଇଛି ପ୍ୟାରିସ ଅଲିମ୍ପିକ୍ ଗେମ୍ । ଏହି ଅଲମ୍ପିକ୍ ଗେମ୍ ଜୁଲାଇ ୨୬ ରେ ଆରମ୍ଭ ହୋଇଛି । ଏବଂ ଅଗଷ୍ଟ ୧୧ରେ ଶେଷ ହେବା ବୋଲି ଘୋଷଣା ମଧ୍ୟ ସରିଛି । ପୂର୍ବ ବର୍ଷ କରୋନା ପାଇଁ ପ୍ୟାରିସ ଅଲିମ୍ପିକ୍ ଆୟୋଜନ ହୋଇପାରି ନଥିଲା ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

କିନ୍ତୁ ଏହି ବର୍ଷ ଖେଳ ଆରମ୍ଭ ହୋଇ ଯାଇଛି । ଅନେକ ଦେଶ ଏହି ଖେଳରେ ଅଂଶ ଗ୍ରହଣ କରିଛନ୍ତି । ଏହା ସହିତ ଭାରତ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛି । ନିଜର ଦମଦାର ପ୍ରଦର୍ଶନ ମଧ୍ୟ ଦେଖାଉଛି ।

କେବଳ ଏତିକି ନୁହେଁ ଆଜ୍ଞା । ଭାରତ ନିଜ ପାଇଁ ସ୍ବର୍ଣ୍ଣ ଏବଂ କାଂସ୍ୟ ପଦକ ମଧ୍ୟ ହାସଲ କରିଛି । ଆପଣ ତ ନିଶ୍ଚିତ ମନୁ ଭାକରେଙ୍କ କଥା ଜାଣିଥିବେ । କାରଣ ସେ ପୁରା ବିଶ୍ବରେ ଭାରତକୁ ଅନ୍ୟ ଏକ ପରିଚୟ ଦେଇଛନ୍ତି ।

କାରଣ ମନୁ ହେଉଛନ୍ତି ପ୍ରଥମ ଭାରତୀୟ ଯେ କି ଏୟାର ପିସ୍ତଲ୍ ସୁଟିଂରେ ଅଂଶ ଗ୍ରହଣ କରି ସ୍ବର୍ଣ୍ଣ ଏବଂ କାଂସ୍ୟ ପଦକ ଜିତିଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଏହି ଜିଟିଥିବା ଖେଳାଳୀ ମାନଙ୍କୁ ତାଙ୍କ ନିଜ ଦେଶ ତରଫରୁ କେତେ ଟଙ୍କା ମିଳିଥାଏ ?

ତେବେ ଆସନ୍ତୁ ଜାଣିବା......

ଭାରତ : କୌଣସି ପ୍ରାଇଜ୍ ମନି ନିର୍ଦ୍ଧିଷ୍ଟ ନ ଥାଏ । ପ୍ରତିବର୍ଷ ଏହା ବଦଳିଥାଏ ।

ଜର୍ମାନୀ : ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ ୧୮ ଲକ୍ଷ ,ରୌପ୍ୟ ପଦକ ୧୨ ଲକ୍ଷ ମିଳୁଥିବା ବେଳେ କାଂସ୍ୟ ପଦକ ହାସଲ କରିଥିବା ଖେଳାଳିଙ୍କ ପାଇଁ ୯ ଲକ୍ଷ ରହିଛି ।

ଆମେରିକା: ଆମେରିକାରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୩୧ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧୮ ଲକ୍ଷ ଏବଂ କାଂସ୍ୟ ପଦକ ଜିତିଲେ ୧୨ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଥାଏ ।

ଫ୍ରାନ୍ସ: ଫ୍ରାନ୍ସରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୫୯ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୨୨ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୧୩ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଥାଏ ।

ସ୍ପେନ୍‌: ସ୍ପେନରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୮୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ସେହିପରି ରୌପ୍ୟ ପଦକ ଜିତିଲେ ୪୪ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

ଇଟାଲୀ: ଇଟାଲୀରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତାଙ୍କୁ ୧ କୋଟି ଟଙ୍କା, ରୌପ୍ୟ ବିଜେତାଙ୍କୁ ୬୫ ଲକ୍ଷ ଟଙ୍କା ଏବଂ କାଂସ୍ୟ ବିଜେତାଙ୍କୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

ମୋରୋକ୍କୋ: ଏହି ଦେଶରେ ଅଲିମ୍ପିକ ଖେଳାଳି ଜଣଙ୍କ ସ୍ୱର୍ଣ୍ଣ ପଦକ ଜିତିଲେ ୧ କୋଟି ୮୪ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧ କୋଟି ୧୪ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୬୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

ତାଇୱାନ୍‌: ତାଇୱାନ ଖେଳାଳି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୨ କୋଟି ଟଙ୍କା ଏବଂ କାଂସ୍ୟ ପଦକ ବଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।