ଭକ୍ତଙ୍କ ପାଇଁ ଖୁସି ଖବର ଏଣିକି ନିଜ ମୋବାଇଲରେ ସ୍ଲଟ ବୁକିଂ କରି କରି ପାରିବେ ପ୍ରଭୁ ଶ୍ରୀ ରାମଲଲାଙ୍କ ଦର୍ଶନ, ଜାଣନ୍ତୁ କେମିତି

 
ଜାନୁୟାରୀ ମାସ ୨୨ ତାରିଖ ସୋମବାର ଦିନ ସରି ଯାଇଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନ୍ୟାନ୍ୟ ମାନ୍ୟ ଗଣ୍ୟ ଅଭିନେତା ଅଭିନେତ୍ରୀ , ଖେଳାଳି , ବିଜନେସମ୍ୟାନ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାରାୟଣ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ସମାପ୍ତି ଘଟିଛି । ଗାଆଁ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଦେଖା ଦେଇଛି ଏକ ଉତ୍ସାହର ବାତାବରଣ । ସମସ୍ତେ ବେଶ୍ ଖୁସି ଅଛନ୍ତି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ନେଇ ।

ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣ ଲୋକ ମାନଙ୍କୁ ପ୍ରତିଷ୍ଠା ଦିବସକୁ ନ ଯାଇ ନିଜ ସ୍ଥାନରେ ଉତ୍ସେବ ମନାଇବାକୁ ସରକାରଙ୍କ ଦ୍ଵାରା ନିର୍ଦ୍ଦେଶ ଜାରି ହୋଇଥିଲା । ସାଧାରଣ ଲୋକ ମାନେ ଉତ୍ସବରେ ଯୋଗ ଦେଇ ନ ଥିଲେ ସତ ହେଲେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତରରେ ଏହି ଉତ୍ସବକୁ ବେଶ୍ ଧୁମ୍ ଧାମର ସହ ପାଳନ କରିଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ କେଉଁଠି ନା କେଉଁଠି ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଥିଲା ସେମାନେ କେବେ ଏହି ମନ୍ଦିରକୁ ନିଜେ ଯାଇ ପ୍ରତ୍ୟେକ୍ଷ ଭାବେ ରାମ ଲଲାଙ୍କର ସେହି ବାଳୁତ ସ୍ୱରୁପକୁ ଦର୍ଶନ କରିବେ । ତେବେ ଏ ନେଇ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ବିଜ୍ଞପ୍ତି ଜାରି କରା ଯାଇଛି । ଏହା ସୋମବାର ଦିନ ହିଁ ଜାରି କରା ଯାଇଥିଲା । 

ଏହି ବିଜ୍ଞପ୍ତି ଅନୁସାରେ ମଙ୍ଗଳବାର ଠାରୁ ରାମ ମନ୍ଦିର ଦ୍ୱାର ସର୍ବ ସାଧାରଣଙ୍କ ପାଇଁ ଖୋଲା ହୋଇସାରିଛି । ଯେଉଁ ମାନେ ଚାହିଁବେ ସେମାନେ ବିନା ଦ୍ଵିଗ୍ଧାରେ ରାମ ମନ୍ଦିର ଦର୍ଶନ କରି ପାରିବେ । 

ତେବେ ଏ ନେଇ ଆପଣଙ୍କୁ ନିଜ ଫୋନ୍ ରେ ଏକ ସ୍ଲଟସ ବୁକ୍ କରିବାକୁ ପଡ଼ିବ । ଏହି ସ୍ଲଟସ କୁ ଆପଣ ଦୁଇଟି ପର୍ଯ୍ୟାୟରେ ବୁକ୍ କରି ପାରିବେ । ପ୍ରଥମ ସ୍ଲଟସ ଟି ସକାଳ ୭.୦୦ ଟା ରୁ ୧୧.୦୦ ଟା ପର୍ଯ୍ୟନ୍ତ ରହିଥିବା ବେଳେ ଦ୍ଵିତୀୟ ସ୍ଲଟସ ଟି ଦିନ ୨.୦୦ଟା ରୁ ରାତି ୭.୦୦ ଟା ପର୍ଯ୍ୟନ୍ତ ରହିଛି । ଏହି ଦୁଇଟି ସମୟ ମଧ୍ୟରେ ଆପଣ ସ୍ଲଟସ ବୁକ୍ କରି ରାମ ମନ୍ଦିରର ଦର୍ଶନ କରି ପାରିବେ । 

ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମଲାଲାଙ୍କ ନୀତି ପାଇଁ ସମସ୍ତ ସମୟ ନିର୍ଘଣ୍ଟ କରାଯାଇଛି । ପ୍ରଭୁ ରାମଲାଲାଙ୍କ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହୋଇ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଚାଲିବ । ତେବେ ସକାଳ ୮ଟାରୁ ମଧ୍ୟାହ୍ନ ୧୧ଟା ପଯ୍ୟନ୍ତ ଓ ଅପରାହ୍ନ ୩ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ । ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ ଅପରାହ୍ନ ୨ଟା ଯାଏଁ ଦର୍ଶନ ବନ୍ଦ ରହିବ। ସକାଳ ୬.୩୦ରେ ସକାଳ ଧୁପ କରାଯିବ । ଏହାପରେ ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କ ଭୋଗ ଆଳତି ଓ ସନ୍ଧ୍ୟା ୭.୩୦ରେ ସନ୍ଧ୍ୟା ଆଳତି ଓ ରାତ୍ରୀ ୮.୩୦ରେ ରାମଲାଲାଙ୍କ ଅନ୍ତିମ ଆଳତି କାରାଯାଇ ତାଙ୍କର ଶୟନ ପାଇଁ ବ୍ୟବସ୍ଥା କରାଯିବ ।