କିମ୍ ଙ୍କ ଅଜବ୍ ଆଦେଶ: ଆଜିଠାରୁ ୧୧ ଦିନ ଯାଏଁ ମାନିବାକୁ ପଡିବ ଏହି ୩ଟି ଅଜବ୍ ନିୟମ, ନହେଲେ ହୋଇଯିବେ ଗାୟବ

 

ଉତ୍ତର କୋରିଆ ନାଗରିକମାନଙ୍କୁ 11 ଦିନ ହସିବା, ମଦ ପିଇବା ଏବଂ ସପିଂ କରିବାକୁ ବାରଣ କରିଛି। ତାଙ୍କ ପିତା କିମ ଜୋଙ୍ଗ-ଇଲଙ୍କ ଦଶମ ବାର୍ଷିକୀ ଅବସରରେ କିମ ଜୋଙ୍ଗ ଉନ ଶୁକ୍ରବାର ଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, କିମ ଶୁକ୍ରବାର ଠାରୁ ଆସନ୍ତା 11 ଦିନ ପାଇଁ ଦେଶରେ ଜାତୀୟ ଶୋକ ଘୋଷଣା କରିଛନ୍ତି। ଏହି କାରଣରୁ, ଏହି ଅବଧି ପାଇଁ ନାଗରିକମାନଙ୍କର ସମସ୍ତ ମଜା ମସ୍ତି କାର୍ଯ୍ୟ ବନ୍ଦ କରାଯାଇଛି।

କିମ ଜୋଙ୍ଗଙ୍କ ଦ୍ଵାରା କାର୍ଯ୍ୟକାରୀ ହୋଇଥିବା ଏହି ପ୍ରତିବନ୍ଧକକୁ ଉତ୍ତର କୋରିଆର ଅନେକ ନାଗରିକ ମଧ୍ୟ ନିଶ୍ଚିତ କରିଛନ୍ତି। ରେଡିଓ ଫ୍ରି ଏସିଆ ଦେଶର ସୀମାରେ ଅବସ୍ଥିତ ସିନୁଜୁ ସହରର ବାସିନ୍ଦାଙ୍କ ଉଦ୍ଧେଶ୍ୟରେ କହିଛି ଯେ ସାଧାରଣ ଲୋକ ଦ୍ୱାରା ଦୈନନ୍ଦିନ ଜିନିଷ କିଣିବା ପାଇଁ ଘରୁ ବାହାରକୁ ଯାଇପାରିବେ ନାହିଁ। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଉପରେ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି।

ଜଣେ ନାଗରିକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, "କିମ ଜୋଙ୍ଗ-ଇଲଙ୍କ ମୃତ୍ୟୁ ବାର୍ଷିକୀରେ ମଦ୍ୟପାନ କରୁଥିବା କିମ୍ବା ନିଶା ସେବନ କରୁଥିବା ଲୋକଙ୍କୁ ଗିରଫ କରାଯାଇ ଅପରାଧୀ ପରି ରଖାଯାଇଥିଲା। ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା। ଏହା ପରେ କୋୖଣସି ସନ୍ଧାନ ମଧ୍ୟ ମିଳି ନଥିଲା ସେମାନଙ୍କ। "

ଏହି ନାଗରିକ ଆହୁରି କହିଛନ୍ତି, "ଯଦିଓ 11 ଦିନର ଶୋକ ସମୟରେ କେହି ମରିଯାଏ, ତା’ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ଉଚ୍ଚ ସ୍ୱରରେ କାନ୍ଦିବାକୁ ମଧ୍ୟ ଅନୁମତି ଦିଆଯାଇନଥାଏ। ଏହା ବ୍ୟତୀତ ତାଙ୍କ ଶବକୁ କେବଳ ଶେଷ ରୀତିନୀତି ପାଇଁ ନିଆ ଯାଇ ପାରିବ।" ଯେବେ 11 ଦିନର ଶୋକ ସମାପ୍ତ ହେବ। ଲୋକମାନେ ଶୋକ ସମୟରେ ଜନ୍ମଦିନ ମଧ୍ୟ ପାଳନ କରିପାରିବେ ନାହିଁ। "