ଜିଓ ୟୁଜର୍ସଙ୍କ ପାଇଁ ବଡ଼ ଝଟକା, ୨୫% ବଢିଲା ସବୁ ପ୍ଲାନର ଦାମ୍, ଏବେ କେବଳ ଏହି ପ୍ଲାନରେ ମିଳିବ ଅନଲିମିଟେଡ୍ ୫ଜି

 

କିଛି ଦିନ ପୂର୍ବରୁ ରିଲାଏନ୍ସ ଜିଓ ସବୁ ଠାରୁ ଶସ୍ତା ଏକ ଟଙ୍କିଆ ପ୍ଲାନ୍ ଆଣିଥିଲା, କିନ୍ତୁ ବର୍ତ୍ତମାନ କମ୍ପାନୀ ଏହି ପ୍ଲାନ୍‌କୁ ବନ୍ଦ କରି ଦେଇଛି । ଯାହା ଗ୍ରାହକଙ୍କୁ ନିରାଶ କରିଛି ।ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି ରିଲାଏନ୍ସ ଜିଓ। ଏହି ପ୍ଲାନ୍ ଆସିବା ପରଠାରୁ ଅନେକ ଉପଭୋକ୍ତା ଖୁସି ହୋଇ ଯାଇଥିଲେ। ହେଲେ କିଛି ଦିନ ବ୍ୟବଧାନରେ ପ୍ଲାନ୍ ବନ୍ଦ ହେବା ପରେ। 

ବର୍ତ୍ତମାନ ଜିଓ ବ୍ୟବହାରକାରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଆଜି କମ୍ପାନୀ ପକ୍ଷରୁ ବିଭିନ୍ନ ରିଚାର୍ଜ ପ୍ଲାନର ଦାମକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜିଓ ଟାରିଫ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ନୂଆ ନିୟମ ଜୁଲାଇ ୩ରୁ ଲାଗୁ ହେବ। ଏବେ ଅନଲିମିଟେଡ୍ ୫ଜି କେବଳ ୨ଜିବି ପର୍ ଡେ ବାଲା ପ୍ୟାକରୁ ଅଧିକ ପ୍ଲାନରେ ହିଁ ପାଇବେ। ଲୋକମାନେ ଅଧିକ ଟଙ୍କା ଦେଇ ସେମାନଙ୍କ ମୋବାଇଲ ରିଚାର୍ଜ କରିବେ। ବର୍ତ୍ତମାନ ଭାଲ୍ୟୁ ଆଡିସନ୍‌ ବିଭାଗରୁ ଏକ ଟଙ୍କିଆ ପ୍ଲାନକୁ ହଟାଇ ଦିଆଯାଇଛି । ଦେଖନ୍ତୁ ସବୁ ନୂଆ ପ୍ଲାନ୍ ଦର-

ଟେଲିକମ୍ ଟକ୍ ରିପୋର୍ଟରୁ ଏହି ସୂଚନା ମିଳିଛି । ତେବେ ଏହି ବିଭାଗରେ କେବଳ ତିନୋଟି ପ୍ଲାନ୍‌ ତାଲିକାଭୁକ୍ତ ଅଛି । ଜିଓ ୧୫୫୯ ପ୍ଲାନ୍, ଜିଓ ୩୯୫ ପ୍ଲାନ୍ ଏବଂ ଜିଓ ୧୫୫ ପ୍ଲାନ୍ ଆଦି ଏଥିରେ ସାମିଲ ଅଛନ୍ତି । ଏହି ପ୍ଲାନ୍ ଗୁଡ଼ିକ ଡାଟା ସହିତ ବ୍ୟତୀତ ଭଏସ୍ କଲିଂ ଏବଂ SMS ଲାଭ ଉପଲବ୍ଧ କରାଉଛି । ତେବେ ଏ ସଂପର୍କରେ କଂପାନୀର ପ୍ରତିକ୍ରିୟା ମିଳିପାରିନାହିଁ । 

ବର୍ତ୍ତମାନ ଜିଓ ତରଫରୁ ୧୫୫ ଟଙ୍କିଆ ପ୍ୟାକେଜ ସବୁଠାରୁ ଅଧିକ ରିଚାର୍ଜ ହେଉଛି। ଜୁଲାଇ ୩ରୁ ଏହି ପ୍ୟାକେଜରେ ଥିବା ସମସ୍ତ ସୁବିଧା ପାଇଁ ଗ୍ରାହକଙ୍କୁ ୧୮୯ ଟଙ୍କା ଦେବାକୁ ପଡ଼ିବ। ଏହାର ଅର୍ଥ ୧୫୫ ଟଙ୍କିଆ ପ୍ୟାକେଜ ୨୨% ମହଙ୍ଗା ହୋଇଛି। କମ୍ପାନୀ ପକ୍ଷରୁ ୧୯ଟି ପ୍ଲାନ୍ସର ଟାରିଫ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ୧୭ଟି ପ୍ରିପେଡ୍‌ ଓ ୨ଟି ପୋଷ୍ଟପେଡ୍‌ ପ୍ଲାନ୍ସ ରହିଛି।