ଚୁରମାର ହୋଇଗଲା ସଂସାର, ବର୍ଷକର ଶିଶୁକୁ ଛାଡି ପତିପତ୍ନୀ ନେଲେ ଚରମ ନିଷ୍ପତ୍ତି, ଜାଣନ୍ତୁ ପୁରା ଘଟଣା
ଏକ ବର୍ଷର ଶିଶୁକୁ ଛାଡି ଆତ୍ମହତ୍ୟା କଲେ ବାପା ମାଆ ! ବାପା ମାଆଙ୍କୁ ଭଲସେ ଚିହ୍ନିବା ଆଗରୁ ବାପା ମାଆ ଆଉ ଏ ଦୁନିଆରେ ନାହାନ୍ତି । ଦୁନିଆକୁ ଚିହ୍ନିବା ତ ଦୂରର କଥା । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମଧ୍ୟା ଜିଲ୍ଲାରେ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ବାପା ମାଆ ଦୁଇ ଜଣଙ୍କ ନାମ ହେଉଛି ମୋହନ ଏବଂ ସ୍ଵାତୀ । ଗତ ଦୁଇ ବର୍ଷ ତଳେ ମୋହନ ଏବଂ ସ୍ୱାତୀଙ୍କର ବିବାହ ହୋଇଥିଲା । ଦୁଇ ଜଣଙ୍କର ଏକ ଛୋଟ ଶିଶୁ ମଧ୍ୟ ରହିଛି । କିନ୍ତୁ ଗତ ମଙ୍ଗଳବାର ଦିନ ପୋଲିସ୍ ଉଭୟ ମୋହନ ଏବଂ ସ୍ୱାତିଙ୍କ ମୃତ ଦେହ ଉଦ୍ଧାର କରିଛି ।
ସ୍ଵାତୀ ତାଙ୍କ ଘରେ ଫାଶୀ ଦେଇ ଦେଇଥିବା ବେଳେ ମୋହନଙ୍କ ମୃତ ଦେହକୁ ତାଙ୍କ ଘର ପାଖ ପୋଖରୀ ରୁ ଉଦ୍ଧାର କରିଛି ପୋଲିସ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଘଟଣାଟି ସେହି ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି ମଧ୍ୟ ।
ତେବେ ପୋଲିସ୍ ଅନୁସନ୍ଧାନ ଅନୁଯାୟୀ ବୈବାହିକ ଜୀବନ ଦୁହିଁଙ୍କର ଏତେ ଭଲ ମଧ୍ୟ ନଥିଲା । ବାହାଘରର କିଛି ଦିନ ଭଲରେ କଟି ଥିଲା ଦୁହିଁଙ୍କର । କିନ୍ତୁ ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା କଳହ । ହେଲେ ଦୁହିଁଙ୍କ ଆତ୍ମହତ୍ୟାକୁ ନେଇ କୌଣସି ସଠିକ୍ ପ୍ରମାଣ ମିଳି ନଥିବାରୁ ପୋଲିସ ତଦନ୍ତ ଜାରି ରଖିଛି ।