ଇସ୍ରାଏଲ ନଥିଲେ କଣ କରିଥାନ୍ତା ଭାରତ? ପାକିସ୍ତାନ ସୈନ୍ୟ ଆଗରେ ଭାରତ କରିଥାନ୍ତା ଆତ୍ମସମର୍ପଣ, ଜାଣନ୍ତୁ ପୁରା ଖବର

 

ଇସ୍ରାଏଲ ଖୋଜୁଛି ମିତ୍ରତାର ହାତ। ଭାରତ ପାଇଁ ଏହା ଏକ ସୁଯୋଗ ଇସ୍ରାଏଲର ଋଣ ଶୁଝିବା ପାଇଁ। କାରଣ ଯଦି ଇତିହାସକୁ ଦେଖାଯାଏ ତେବେ ଇସ୍ରାଏଲର ବିନା ସାହାଯ୍ୟରେ ହୁଏ ତ ଭାରତ ହାରି ଯାଇଥାନ୍ତା ପାକିସ୍ତାନ ସହିତ ଏହି ଯୁଦ୍ଧ।ଭାରତର ଏହି ପରାଜୟ ଇତିହାସରେ ଚିରକାଳ ପାଇଁ ଲିପିବଦ୍ଧ ହୋଇ ରହି ଯାଇଥାନ୍ତା। ହେଲେ ଇସ୍ରାଏଲର ସହଜୋଗର ହାତ, ଭାରତ ର ମାନ ଚିରକାଳ ପାଇଁ ରଖିଦେଇଛି।

୧୯୯୧ ମସିହା କାର୍ଗିଲ ଯୁଦ୍ଧ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସବୁଠାରୁ ଭୟଙ୍କର ଯୁଦ୍ଧ। ଯେଉଁଥିରେ ପାକିସ୍ଥାନକୁ ମୁଁହ ତୋଡ ଜବାବ ଦେଇଥିଲା ଭାରତ। ଏହି ଯୁଦ୍ଧରେ ଭାରତର ବେଶ୍ ସହାୟତା କରିଥିଲା ଇସ୍ରାଏଲ।

ଚିନ୍ ଓ ଫ୍ରାନ୍ସ ପରି ଦେଶ ପାକିସ୍ଥାନକୁ ସମର୍ଥନ ଜଣାଉଥିବା ବେଳେ କିନ୍ତୁ ଇସ୍ରାଏଲ ଅନ୍ୟ ଦେଶକୁ ଖାତିର ନ କରି ଦେଇଥିଲା ଭାରତର ସାଥ।

ଭାରତ ଓ ପାକିସ୍ତାନର ଏହି ଯୁଦ୍ଧ ସମୟରେ ଭାରତକୁ ଯୁଦ୍ଧାସ୍ତ୍ର ଯୋଗାଇ ଦେଇ ଜଳ, ସ୍ଥଳ ଓ ଆକାଶ ବାହିନୀରେ ଭାରତ ସହିତ ମିତ୍ର ଭାବେ ଛିଡ଼ା ହୋଇଥିଲା ଇସ୍ରାଏଲ୍। କେବଳ ଏତିକି ନୁହେଁ ଭାରତ ସ୍ୱାଧୀନ ହେବା ପର ଠାରୁ ଅର୍ଥାତ୍ ୧୯୪୭ ମସିହା ପର ଠାରୁ ୧୯୯୯ ମସିହା ପର୍ଯ୍ୟନ୍ତ ଭାରତକୁ ସାମରିକ ଯୁଦ୍ଧାସ୍ତ୍ର ଯୋଗାଇ ଆସିଛି ଇସ୍ରାଏଲ। ଏପରି କି ଜାତିସଂଘରେ ମଧ୍ୟ ସବୁ ବେଳେ ଭାରତ ସପକ୍ଷରେ ଛିଡ଼ା ହୋଇଥାଏ ଇସ୍ରାଏଲ।

କାର୍ଗିଲ ଯୁଦ୍ଧ ସମୟରେ ଭାରତର ସବୁ ଆଶା ରହିଥାଏ ବାୟୁ ସେନା ଉପରେ। ବାୟୁସେନା ମଧ୍ୟ ଆରମ୍ଭ କରି ଦେଇଥିଲା ତାର ଅପରେସନ ସଫେଦ ସାଗର। USA ର ଧମକ ସତ୍ତ୍ୱେ ଏହି ଅପରେସନର ସଫଳତା ପାଇଁ ଇସ୍ରାଏଲ ଭାରତକୁ ଯୋଗାଇ ଦେଇଥିଲା ମିସାଇଲ। ହୁଏ ତ ଭାରତ ପାଇଁ ତାର ଋଣ ଶୁଝିବାର ସମୟ ଆସିଛି। ସାରା ବିଶ୍ବକୁ ଭାରତର ବନ୍ଧୁତା ବିଷୟରେ ଅବଗତ କରାଇବାର ସୁଯୋଗ ମିଳିଛି।