ଦେଖନ୍ତୁ ଭିଡିଓ: ଯେସାକୁ ତେସା, କାନାଡ଼ା କରୁଥିଲା ଭାରତ ସହ ଷଡଯନ୍ତ୍ର, 3 ମିନଟ ରେ ପ୍ରଧାନମନ୍ତ୍ରୀ ମୋଦି କରିଦେଲେ ହିସାବ

 

ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ କରି ଆଜି ପ୍ରଥମେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡ଼ା ସରକାର । କାନାଡା ନିଜର ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ବର୍ତ୍ତମାନ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି । ଯେଉଁଥିପାଇଁ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ବଢ଼ୁଥିବା ଜଣାପଡିଛି ।

ବାସ୍ତବରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଭାରତ କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି । ଆଜି କାନାଡାର ହାଇ କମିଶନରଙ୍କୁ ଡକାଯାଇ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ଆସନ୍ତା 5 ଦିନ ମଧ୍ୟରେ ସମ୍ପୃକ୍ତ କୂଟନୀତିଜ୍ଞଙ୍କୁ ଭାରତ ଛାଡିବାକୁ କୁହାଯାଇଛି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡିୟ କୂଟନୀତିଜ୍ଞଙ୍କ ହସ୍ତକ୍ଷେପ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ସେମାନଙ୍କର ଯୋଗଦାନକୁ ନେଇ ଭାରତ ସରକାରଙ୍କ ଚିନ୍ତା ବଢ଼ୁଛି ।

ଦେଖନ୍ତୁ ଭିଡିଓ :-

allowfullscreen

ଆମେ ଆପଣଙ୍କୁ କହିବୁ, ଚଳିତ ବର୍ଷ ଜୁନ୍ 18 ରେ, କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାର ବାହାରେ ନିଜ୍ଜରଙ୍କୁ ଲଣ୍ଡନ ପୋଲିସ୍‌ ଦ୍ୱାରା ଗୁଳି କରି ହତ୍ୟା କରାଯାଇଥିଲା । ହରଦୀପ ସିଂ ଭାରତରେ ବହୁ ହିଂସାତ୍ମକ ଘଟଣାରେ ସମ୍ପୃକ୍ତ ଥିବା ବେଳେ ଫେରାର ହୋଇ କାନାଡ଼ାରେ ବସବାସ କରୁଥିଲା । ସେଠାରେ ଫାୟାରିଂରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଭାରତ ସରକାର ହରଦୀପ ସିଂଙ୍କୁ ‘ୱାଣ୍ଟେଡ ଟେରୋରିଷ୍ଟ’ ବୋଲି ଘୋଷଣା କରିଥିଲେ । ଏପରିକି ଭାରତ ସରକାରଙ୍କ ପକ୍ଷରୁ ଏକ 40 ଜଣିଆ ଆତଙ୍କବାଦୀଙ୍କ ଲିଷ୍ଟରେ ହରଦୀପ ସିଂଙ୍କ ନାଁ ମଧ୍ୟ ସାମିଲ ଥିଲା ।

2022 ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଦରରେ ଜଣେ ହିନ୍ଦୁ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିଲେ । ହରଦୀପ ସିଂଙ୍କ ନେତୃତ୍ୱରେ ଖଲିସ୍ତାନ ଟାଇଗର ଫୋର୍ସ (KTF) ଏହି କାଣ୍ଡ ଘଟାଇଥିଲା । ଏହି ଘଟଣାରେ NIA (ଜାତୀୟ ସୁରକ୍ଷା ଏଜେନ୍ସି) ତାଙ୍କ ମୁଣ୍ଡ ଉପରେ 10 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।