ବିଧାୟକ ହେବ ତ ଏମିତି! ଲୋକଙ୍କ ସହ ଅତ୍ୟାଚାର କରିଡାରୁ ଅଧିକାରୀଙ୍କୁ ଶୁଣାଇଲେ ରୋକ୍ ଠୋକ୍, ଜାଣନ୍ତୁ ପୁରା ଘଟଣା
ଭାଇରାଲ୍ ହେଉଛି ବିଧାୟିକାଙ୍କ ଭିଡ଼ିଓ । ଅଧିକାରୀଙ୍କୁ ଜୋତା କାଢ଼ି ପିଟିବାର ଦେଉଛନ୍ତି ଧମକ ! ଯାହା ପରେ ସ୍ଥାନୀୟ ଅଞ୍ଚକର ଲୋକେ ବିଧାୟିକାଙ୍କର ବେଶ୍ ପ୍ରଶଂସା କରିଛନ୍ତି । ଏବଂ ଭାଇରାଲ୍ ହେଉଥିବା ଭିଡ଼ିଓକୁ ଦେଖି ଲୋକେ ମଧ୍ୟ କହୁଛନ୍ତି କି ବିଧାୟିକା ହେବ ତ ଏମିତି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଜାଣନ୍ତୁ ପୁରା ଘଟଣା......
ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ରହିଛି ଏକ ମନ୍ଦିର । ଯାହାକୁ କିଛି ଅଧିକାରୀ ଜେସିବି ସାହାଯ୍ୟରେ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ । ଯେତେବେଳେ ଏହି ଖବର ବିଧାୟିକାଙ୍କ ପାଖରେ ପହଞ୍ଚିଥିଲା ସେ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ ।
ବିଧାୟିକା ଜଣକ ନାମ ହେଉଛି ମୀନାକ୍ଷୀ ସିଂହ । ସେ ଏହି ଖବର ପାଇବା ମାତ୍ରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଏହାର ଯାଞ୍ଚ କରିଥିଲେ । ମନ୍ଦିର ଭାଙ୍ଗୁଥିବା ଅଧିକାରୀ ମାନଙ୍କ ସହ ବେଶ୍ ତର୍କ ବିତର୍କ କରିଥିଲେ । ଏହା ପରେ ସେମାନଙ୍କୁ ତାଗିଦ୍ କରି ମନ୍ଦିର ନ ଭାଙ୍ଗିବାକୁ କହିଥିଲେ ।
ଯଦି ସେମାନେ ଏପରି କରନ୍ତି ତେବେ ବିଧାୟିକା ଜଣଙ୍କ ତାଙ୍କୁ ଜୋତା କାଢ଼ି ପିଟିବାର ଧମକ ମଧ୍ୟ ଦେଇଥିଲେ । ଏବଂ ସେହି ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କୁ ଭୂଲ ମାଗିବାକୁ ମଧ୍ୟ କହିଥିଲେ । ତେବେ ଏଭଳି ଘଟଣା ଗତ ୬ ତାରିଖରେ ଖୁର୍ଜା ଠାରେ ଦେଖିବାକୁ ମିଳିଛି ।
କିନ୍ତୁ ଏହା ପରେ ବି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନ ଥିଲା । ବରଂ ପରିସ୍ଥିତିଟି ବେଶ୍ ଉତ୍ତେଜକ ହୋଇ ଯାଇଥିଲା । ଯାହା ଫଳରେ ସେହି ଅଞ୍ଚଳରେ ଏସଡିଏମ୍ ଏବଂ ଡିଏମ୍ ସେଠାରେ ପହଞ୍ଚିଥିଲେ । ଦୁହେଁ ପହଞ୍ଚି ସେଠାରେ ବୁଝା ସୁଝା କରିବାରୁ ବିଧାୟିକା ଜଣଙ୍କ ଟିକେ ଥମ୍ ପଡ଼ିଥିଲେ ।