ହୋଟେଲରେ ଜବରଦସ୍ତି ଯୌନ ସଂପର୍କ ରଖିଲା ବେଳେ ଆସିଲା ହାର୍ଟ ଆଟାକ୍ ଚାଲିଗଲା ଜୀବନ, ଜାଣନ୍ତୁ ପୁରା ଘଟଣା

 

ନାବାଳିକାଙ୍କୁ ହୋଟେଲରେ ଯୌନ ଶୋଷଣ କରୁଥିବା ବେଳେ ଚାଲିଗଲା ବ୍ୟକ୍ତି ଙ୍କ ଜୀବନ । ତାଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ପୋଲିସ କହିଛି । ଏପରି ଏକ ଅଭାବନୀୟ ଘଟଣା ମୁମ୍ବାଇର ଏକ ହୋଟେଲରେ ଘଟିଛି । ତେବେ ନାବାଳିକା ମା'ଙ୍କ ଅଭିଯୋଗରେ ବିଏନଏସ ଏବଂ ପୋକସୋ ଅଧିନିୟମ ଅଧିନରେ ମାମଲା ଦାୟର କରିଛନ୍ତି ।

ପୋଲିସ୍‌ ସୂଚନା ଅନୁଯାୟୀ, ହୀରା କମ୍ପାନୀର ୪୧ ବର୍ଷୀୟ ମ୍ୟାନେଜର ଜଣକ କାମ ଦେବାର ପ୍ରତିଶ୍ରୁତି ଦେଇ ୧୪ ବର୍ଷୀୟା ନାବାଳିକାଙ୍କୁ ଗୁଜରାଟରୁ ନିଜ ସହ ମୁମ୍ବାଇ ନେଇ ଆସିଥିଲେ । ସେଠାରେ ସେ ନାବାଳିକାଙ୍କୁ ଏକ ହୋଟେଲରେ ରଖିଥିବା ବେଳେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମାତ୍ର ଏହାର କିଛି ସମୟ ପରେ ମ୍ୟାନେଜରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

ଏହାପରେ ତାଙ୍କୁ ତୁରନ୍ତ ହୋଟେଲ କର୍ମଚାରୀ ନିକଟସ୍ଥ ହସପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ , ମଧ୍ୟପ୍ରଦେଶ ମଉଗଞ୍ଜରେ ଏକ ଗାଁରେ ରହୁଥିବା ୬୨ ବର୍ଷୀୟ ଅଜା ପୀଡିତା ଶିଶୁଙ୍କୁ ଫୁସୁଲାଇ ନିଜ ଘରକୁ ଆଣିଥିଲେ । ୪ ବର୍ଷୀୟ ନାତୁଣୀକୁ ନିଜ ଘରକୁ ଆଣି କବାଟ ବନ୍ଦ କରିଦେଇଥିଲେ । ଏହାପରେ ଶିଶୁ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଯେତେବେଳେ ପିଲାଟିର କାନ୍ଦ ଶବ୍ଦ ଶୁଣାଯାଇଥିଲା, ସେହି ସମୟରେ ପରିବାର ଲୋକେ ଦୌଡିବାକୁ ଲାଗିଥିଲେ । ଶିଶୁଟି କଷ୍ଟରେ କାନ୍ଦୁଥିବା ପରିବାର ଲୋକ ଘର କବାଟ ଖୋଲି ଦେଖିବାକୁ ପାଇଥିଲେ ।

ପରିବାର ଲୋକର ଶିଶୁକୁ ଧରି ପୋଲିସ ଥାନା ପହଞ୍ଚିଥିଲେ ଏବଂ ଘଟଣାର ସୂଚନା ଦେଇଥିଲେ । ଏପଟେ ଅଜା ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହାପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଖୋଜିବାକୁ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ପିଛା କରି କିଛି ଘଣ୍ଟାରେ ଗିରଫ କରିଥିଲା ।