କଣ୍ଡୋମ ନଥିବାରୁ ଯୌନାଙ୍ଗରେ ଅଠା ଲଗେଇ ବନ୍ଦ କରି ସେକ୍ସ କରୁଥିଲେ ଯୁବକ, ଚାଲିଗଲା ଜୀବନ, ଜାଣନ୍ତୁ ପୂରା ଘଟଣା

 

ନିଜ ପ୍ରେମିକା ସହିତ ସେକ୍ସ କରୁଥିବା ବେଳେ ଏକ ଅଜବ ଢଙ୍ଗରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେକ୍ସ କରିବା ବେଳେ ପାଖରେ କଣ୍ଡୋମ ଉପଲବ୍ଧ ନ ଥିବାରୁ ସେ କୌଣସି ପ୍ରକାରର କେମିକାଲ ଅଠା ବ୍ୟବହାର କରିଥିଲେ। ଯାହାର ପର୍ଶ୍ୱପ୍ରତିକ୍ରିୟା ହେତୁ ଏହି ବ୍ୟକ୍ତିଙ୍କର ଜୀବନ ଚାଲିଯାଇଥିବା ଜଣାପଡିଛି। 

ଏହିପରି ଏକ ଘଟଣା ଗୁଜୁରାଟର ଅହମ୍ମଦାବାଦରୁ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାଇ ସଲମାନ ମିର୍ଜା ଓ ତାଙ୍କ ପ୍ରେମିକା ଅହମ୍ମଦାବାଦର ଫତେହୱାଡି ଅଞ୍ଚଳରେ ଥିବା ଏକ ହୋଟେଲ କୁ ଯାଇଥିଲେ। ଉଭୟେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ରୁମ ଭିତରେ ଯୌନ ସମ୍ପର୍କ ରଖିବାକୁ ସ୍ଥିର କରିଥିଲେ। ତେବେ, ସଲମାନଙ୍କ ପାଖରେ ନିରୋଧ ଅଥବା କଣ୍ଡୋମ ନ ଥିବାରୁ ସେ ନିଜ ଯୌନାଙ୍ଗରେ କିଛି କେମିକାଲ ଅଠା ବ୍ୟବହାର କରିଥିଲେ।

ଏହି ଅଠାକୁ ବ୍ୟବହାର କରିବାର କିଛି ସମୟ ପରେ ସଲମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା। ହୋଟେଲ ରୁମରୁ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ସଲମାନଙ୍କ ସମ୍ପର୍କୀୟଙ୍କ ଏତଲାକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏହା ସେହି ଅଠା ପାଇଁ ହୋଇଥିବା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।