ପୁଣି ଯୁବତୀଙ୍କ ଔଧତ୍ୟ! ବିନା ଦୋଷରେ ଯୁବକଙ୍କୁ ମାରିଲେ ଚାପୁଡ଼ା, ଆଉ ତାପରେ ଚପୁଡ଼ାର ଏମିତି ଜବାବ ଦେଲେ ଯୁବକ, ଦେଖନ୍ତୁ ଭିଡ଼ିଓ

 

ଲଖ୍ନୌ  ସହରରେ ଜଣେ ଯୁବତୀ କ୍ୟାବ୍ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ଏହି ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ଉତ୍ତର ପ୍ରଦେଶର ବୀଜ୍ନୌର୍ ଜିଲ୍ଲାରେ ଆଉ ଜଣେ ଯୁବତୀଙ୍କ ଔଧତ୍ୟ ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ସମାନ ଭାବରେ ଯୁବତୀ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିଲେ। ଲଖ୍ନୌରେ ମାଡ଼ ଖାଇବା ପରେ କ୍ୟାବ୍ ଡ୍ରାଇଭର ଚୁପ ରହିଥିଲେ ହେଁ ଏଠାରେ ଯୁବକ ଜଣକ ପାଲଟା ଚପୁଡ଼ା ମାରିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାଇ ଯୁବତୀ ଜଣକ ରାସ୍ତାରେ ଏକ ପ୍ରାଙ୍କ ଭିଡ଼ିଓ ସୁଟିଂ କରୁଥିଲେ। ଭିଡ଼ିଓ ସୁଟ୍ କରୁଥିବା ସମୟରେ ସେ ଜଣେ ଯୁବକଙ୍କ ଉପରକୁ କୋଲ୍ଡ ଡ୍ରିଙ୍କ ଫିଙ୍ଗି ଦେଇଥିଲେ। ଏହାପରେ ଯୁବତୀ ଭୁଲ ମାଗିବା ପରିବର୍ତ୍ତେ ଓଲଟା ଝଗଡ଼ା କରିବା ସହିତ ଯୁବକଙ୍କୁ ଚାପୁଡ଼ା ମାରିଥିଲେ। ଯୁବକ ଜଣକ ତାଙ୍କୁ ଏପରି ନ କରିବାକୁ ସୂଚାଇ ଦେଇଥିଲେ ହେଁ ସେ ପୁଣି ଆଉ ଏକ ଚପୁଡ଼ା ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଉକ୍ତ ଯୁବତୀଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ବସାଇ ଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-

ଚପୁଡ଼ା ଖାଇବା ପରେ ବି ଯୁବତୀଙ୍କ ଅହଂକାର ଭାଙ୍ଗି ନ ଥିଲା ସେ ଯୁବକଙ୍କୁ ଧମକ ଦେବା ସହ କାହାକୁ ଫୋନ କରି ଡାକିବେ ବୋଲି କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ବିଚ୍ ରାସ୍ତାରେ ହେଉଥିବା ଝଗଡ଼ା କୁ ଦେଖି ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଭାବରେ ଝଗଡ଼ା ଲାଗି ରହିଥିଲା ଶେଷରେ ଯୁବତୀ ଜଣକ ଯୁବକଙ୍କୁ କ୍ଷମା ମାଗିଥିଲେ।